କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବଡ଼ମ୍ବା ଗସ୍ତ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଗୁରୁବାର ଦିନିକିଆ ବଡ଼ମ୍ବା ଗ୍ରସ୍ତ କରିଛନ୍ତି । ପ୍ରଥମେ ଆସି ମାଣିଆବନ୍ଧରେ ବୁଣାକାର ପରିବାର ଙ୍କୁ ଭେଟିବା ସହ ବୁଣାକାର ପରିବାର ପରିବାର ପ୍ରତିପୋଷଣ ନେଇ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀ ଟୁଡ଼ୁଙ୍କୁ ମାଣିଆବନ୍ଧ ବୁଣାକାର ପରିବାରକୁ ଯାଇ ସେଠାରେ ବୁଣାକାର ମାନଙ୍କ ବିକାଶ କିପରି କରାଯିବ ସେନେଇ ଆଲୋଚନା କରିବା ସହ ଐତିହାସିକ ମାଣିଆବନ୍ଧ ବିଖ୍ୟାତ ଗଡୁଅପାଲି ଓ ପଶାଖଣ୍ଡି ଶାଢ଼ୀ ମଧ୍ୟ କିଣିଥିଲେ । ପରେ କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଟୁଡୁ ବ୍ଲକର ଆଦିବାସୀ ଅଧୁସିତ ବଡ଼କମ୍ବିଲୋ ଗ୍ରାମରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇଥିଲେ । ଉକ୍ତ ସଭାରେ ମନ୍ତ୍ରୀ ଶ୍ରୀ ଟୁଡୁ ସାଧାରଣ ଜନତାଙ୍କ କଲ୍ୟାଣ ସମେତ ଆଦିବାସୀ ଓ ଅବହେଳିତ ଜନଗଣଙ୍କ ନିମନ୍ତେ କରିଥିବା ସମସ୍ତ ଯୋଜନା ତଥା ସବକା ସାଥ ସବକା ବିକାଶ ଲକ୍ଷ ସାଧନ ଉପରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଖୁବ ଶୀଘ୍ର ବଡ଼କମ୍ବିଲୋ ନିକଟରେ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା ହେବା ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଘୋଷଣା କରିଛନ୍ତି। ଏବଂ ପ୍ରଶାସନ ଯଦି ଜାଗା ଚିହ୍ନଟ କରେ ତେବେ ଖୁବ ଶୀଘ୍ର ସ୍କୁଲ ଆରମ୍ଭ ହେବ ବୋଲି ମଧ୍ୟ କହିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପିର ଅନୁସୁଚିତ ମୋର୍ଚାର ରାଷ୍ଟ୍ରୀୟ ସମ୍ପାଦକ ସଞ୍ଜୟ ନିର୍ମଳ, ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ବଡ଼ମ୍ବା ବିଧାନସଭା ମଣ୍ଡଳୀର ବିଜେପି ନେତା ବିଜୟ ଦଳବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ କେନ୍ଦ୍ରସରକାରଙ୍କ ସଫଳତା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ପାଖାପାଖି 2ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ମହିଳା ଓ ପୁରୁଷ ଯୋଗଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More