ବୌଦ୍ଧ(ସଂଘର୍ଷ ମିଡିଆ) : ସ୍କୁଲ ଛୁଟି ଫାଇଦା ଉଠାଉଛି କେନ୍ଦୁପତ୍ର ବିଭାଗ । କମ୍ ଦାମ୍ ରେ କାମ କଲେ ଶିଶୁ ଶ୍ରମିକ । ରେଞ୍ଜର ଓ ଫରେଷ୍ଟର ପାଖରେ କେମିତି ଖବର ନାହିଁ। ବୌଦ୍ଧ ଜିଲ୍ଲାରେ ବଢ଼ିଚାଲିଛି ଶିଶୁ ଶ୍ରମିକ ସଂଖ୍ୟା।ସ୍କୁଲ ଛୁଟିର ଫାଇଦା ଉଠାଉଛନ୍ତି କେନ୍ଦୁପତ୍ର ବିଭାଗ।କେନ୍ଦୁପତ୍ର ଫଡିରେ ନିୟୋଜିତ ହେଉଛନ୍ତି ଶିଶୁ ଶ୍ରମିକ। ନଦେଖିଲା ପରୀ ହେଉଛନ୍ତି ବିଭାଗୀୟ ଅଧିକାରୀ।ଭଳ ଦୁଇପଇସା ରୋଜଗାର କରୁଛନ୍ତି ଏହି ବିଭାଗୀୟ ବାବୁ।ଶ୍ରମିକ ବଦଳରେ କାର୍ଯ୍ୟରେ ଲଗାଉଛନ୍ତି ଶିଶୁଶ୍ରମିକଙ୍କୁ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଲଣ୍ଡାପଦର ଓ ତମ୍ବାସିନା ପତ୍ର ଫଡ଼ି ମାନଙ୍କରେ ୧୫ବର୍ଷରୁ କମ ବୟସର ନାବାଳକ ତଥା ନାବାଳିକା ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି ।ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରି ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ମାନେ ସରକାରୀ ଟଙ୍କାକୁ ବିଭିନ୍ନ ଉପାୟ ଅବଲମ୍ବନ କରି ବାଟ ମାରଣା କରୁଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ,ବର୍ତ୍ତମାନ ସମୟରେ ପ୍ରତ୍ୟେକ କେନ୍ଦୁ ପତ୍ରଫଡ଼ି ମାନଙ୍କରେ ଶ୍ରମିକମାନେ ତୋଳୁଥିବା କେନ୍ଦୁପତ୍ର ଗୁଡ଼ିକୁ ଖରାରେ ଶୁଖାଇବା ପାଇଁ ଶ୍ରମିକ ମାନଙ୍କୁ ଏହି କାମରେ ନିୟୋଜିତ କରିବାର ନିୟମ ରହିଥିଲେ ସୁଦ୍ଧା ପ୍ରତ୍ୟେକ ପତ୍ରଫଡ଼ି ମାନଙ୍କରେ ତାହାର ବ୍ୟତିକ୍ରମ ଦେଖାଦେଇଛି ।ଶ୍ରମିକ ମାନଙ୍କୁ ନିୟୋଜିତ କରିବା ବଦଳରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଥିବା ଭଳି ସଙ୍ଗୀନ ଚିତ୍ର ଦେଖିବାକୁ ମିଳିଛି ।କାହିଁକି ନା ଶ୍ରମିକ ମାନଙ୍କ ମଜୁରୀ ୨୫୦ ଟଙ୍କା ହୋଇଥିବାବେଳେ ଏହି ଶିଶୁ ଶ୍ରମିକ ମାନଙ୍କୁ ମାତ୍ର ୫୦ ଟଙ୍କା ମଜୁରୀ ଦେଇ ପତ୍ରଫଡି କର୍ମଚାରୀ ମାନେ କାମ ହାସଲ କରି ନେଉଛନ୍ତି । ଯା ଫଳରେ ଜଣେ ଶ୍ରମିକ ପିଛା ୨ଶହ ଟଙ୍କା କେନ୍ଦୁପତ୍ର କର୍ମଚାରୀଙ୍କ ପକେଟ୍ କି ଯାଇଥାଏ । ସେଥିପାଇଁ ଗରିବ ନିରୀହ ପିଲାମାନେ କିଛି ଟଙ୍କା ଲୋଭରେ ନିଜର ପାଠପଢ଼ା ଛାଡି ଏହି କାମରେ ନିୟୋଜିତ ହୋଇଥାଆନ୍ତି । ସରକାର ଆଜିର ଶିଶୁ କାଲିର ଭବିଷ୍ୟତ ନାଁରେ ଡ଼ିମଡିମ ପିଟୁଥିବା ବେଳେ ପ୍ରଶାସନ କେବେ ଶିଶୁମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା । ଏସମ୍ପର୍କରେ ଜିଲ୍ଲା କେନ୍ଦୁପତ୍ର ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ମହାନ୍ତିଙ୍କୁ ପଚାରିବାରୁ ପ୍ରତ୍ୟେକ ଫଡ଼ି ମାନଙ୍କରେ ଶିଶୁ ଶ୍ରମିକ ମାନଙ୍କୁ ଏହି କାମରେ ନ ଲଗାଇବା ପାଇଁ ବିଭାଗୀୟ ସମସ୍ତ ଅଧିକାରୀ ଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଯଦି ତା ସତ୍ତ୍ୱେ କେଉଁଠି ଏମିତି ହୋଇଛି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।ଏଠାରେ ଦେଖିବାକୁ ବାକି ରହିଲା କେବେ କାର୍ଯ୍ୟନୁଷ୍ଠାନ ହେବ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।
Anchor:,