କେନ୍ଦୁଡଙ୍ଗରୀ ହତ୍ୟା ଘଟଣାରେ ୩ଜଣ ବ୍ୟକ୍ତିଙ୍କୁ କୋର୍ଟଚାଲାଣ

10

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା କେନ୍ଦୁଡଙ୍ଗରୀ ଗାଁ ପୋଖରୀ ନିକଟ ଏକ ଶାଗୁଆନ ଗଛରୁ ଗତ ବୁଧବାର ଦିନ କେନ୍ଦୁଡଙ୍ଗରୀ ଗ୍ରାମର ଟିକେଶ୍ୱର ଦାସଙ୍କ ପୁଅ ଦ୍ୱାରିକା ଦାସଙ୍କ ଝୁଲନ୍ତା ମୃତ ଦେହ ଆମପାଣି ପୋଲିସ ଉଦ୍ଧାର କରିଥିଲା । ତେବେ ଦ୍ୱାରିକା ଙ୍କୁ ହତ୍ୟା କରାଯାଇ ସେଠାରେ ଟଙ୍ଗାଇ ଦିଆଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିବା ପରେ ଆମପାଣି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ଆଜି ୩ ଜଣ ଯୁବକ ଙ୍କୁ ଆମପାଣି ପୋଲିସ କୋର୍ଟ ଚାଲାଣ କରିଛି । ତେବେ ମୃତକ ଙ୍କ ପରିବାର ଲୋକେ ପୁଅକୁ ମାରିଥିବା ସନ୍ଦେହ ରେ ଜୈନେକ ଯୁବକଙ୍କ ସହ ଅନ୍ୟ କିଛି ଲୋକଙ୍କ ନାଁ ପୋଲିସ ଆଗରେ ଆଣିଥିବା ବେଳେ ତାଙ୍କୁ ପଚରାଉଚରା କରି ପୋଲିସ ଛାଡି ଦେଇ ନିର୍ଦ୍ଧୋଷୀ ମାନଙ୍କୁ କୋର୍ଟ ଚାଲାଣ କରିଛି । ଏହାର ପ୍ରତିବାଦରେ ଆମପାଣି ଥାନା ଆଗରେ ମୃତ ଯୁବକଙ୍କ ପରିବାର ଲୋକେ ଉଚିତ୍ ନ୍ୟାୟ ସହ ପ୍ରକୃତ ଦୋଷୀଙ୍କୁ ଗିରଫ କରିବା ସହ ନିରପେକ୍ଷ ତଦନ୍ତ ଦାବି ରେ ଧାରଣା ଦେଇଛନ୍ତି। ତେବେ ପୋଲିସ ର ତଦନ୍ତ ପ୍ରକ୍ରିୟାରେ ସନ୍ତୋଷ୍ଟ ନଥିବା ଓ ପୋଲିସ ଉପରେ ଭରସା ଉଠି ସାରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More