କେନ୍ଦୁଝର (ସଂଘର୍ଷ ମିଡିଆ ) : ଆଜି ଆନନ୍ଦପୁର ଇଲେକ୍ଟ୍ରିକାଲ ଡିଭିଜନ ଆନନ୍ଦପୁର ଠାରେ କେନ୍ଦୁଝର ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘର ନୂତନ ଗୃହ ପ୍ରତିଷ୍ଠା କରାଯାଇଛି । ଉକ୍ତ ସଭାରେ ସଂଘର ସଭାପତି ଶ୍ରୀ ଦେଵପ୍ରିୟ ପାତ୍ର, ସାଧାରଣ ସମ୍ପାଦକ ରାଜେଶ କୁମାର ଦାଶ, ଉପ ସଭାପତି ଶ୍ରୀ ସୁବ୍ରତ ଶର୍ମା, ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ବେହେରା, ଯୁଗ୍ମ ସମ୍ପାଦକ ନୀଳକଣ୍ଠ ସାହୁ, କାର୍ଯ୍ୟକାରୀ ସଭାପତି ପ୍ରତାପ ନନ୍ଦ, ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ମିଶ୍ର ସଂଘର ଉପଦେଷ୍ଟା ମାଧବ ଚନ୍ଦ୍ର ଜେନାଙ୍କ ସହ ୟୁନିଅନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ପାତ୍ର ପ୍ରଥମେ ଫିତା କାଟି ନୂତନ ଗୃହକୁ ଉଦଘାଟନ କରିଥିଲେ ଓ ଏହା ପରେ ଅନୁଷ୍ଠିତ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ ଶ୍ରୀ ପାତ୍ର କିପରି ଆଗାମୀ ଦିନରେ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସମସ୍ତ କର୍ମଚାରୀ ଏକାଠି ହୋଇ ନିଜର ନାର୍ଯ୍ୟ ଦାବି ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ । ସଭାରେ ଶ୍ରୀ ରାଜେଶ ଦାଶ, ମାଧବ ଜେନା, ନୀଳକଣ୍ଠ ସାହୁ, ପ୍ରତାପ ନନ୍ଦ, ସୁନୀଲ ନାୟକ, ଶିବପ୍ରସାଦ ନନ୍ଦ, ବଳରାମ ମଣ୍ଡଳ ୟୁନିଅନ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବକ୍ତବ୍ୟ ଦେଇଥିଲେ ।