କେନାଲ ବନ୍ଧ ବୁଦା ମୂଳରେ ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ

15

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ରୋଗୀଙ୍କୁ ନଦେଇ ରାତି ଅଧିଆ ଲକ୍ଷାଧିକ ଟଙ୍କାର ଔଷଧ ଫିଙ୍ଗିଲେ କେନାଲ ବନ୍ଧରେ। ସୂଚନା ଅନୁସାରେ ୩ନଂ ହାଇଲେବୁଲ କେନାଲ ବନ୍ଧ ପର୍ବତୀ ଘାଟ ଠାରୁ ଆଖୁଆପଦା ମଧ୍ୟରେ ଆଜି ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ କୁଢ଼ କୁଢ଼ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଔଷଧ ନିଗମ ପକ୍ଷରୁ ପ୍ରତ୍ୟକ ସରକାରୀ ଡାକ୍ତରଖାନାକୁ ପ୍ରତି ମାସରେ ମେଡ଼ିସିନ ଯୋଗା ଯାଇଥାଏ। ବିଭିନ୍ନ ରୋଗ ପାଇଁ ଜନସାଧାରଣ ମାନେ କେଉଁଭଳି ମାଗଣାରେ ଔଷଧ ପାଇବେ ସେଥିପାଇଁ ନିରାମୟ ଯୋଜନା ମାଧ୍ୟମରେ ସରକାର ଔଷଧ ଯୋଗାଇଥାନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ ସ୍ତରୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରାମାଞ୍ଚଳ ମାନଙ୍କରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ବିଭିନ୍ନ ରୋଗର ବିଭିନ୍ନ ଔଷଧ ସରକାର ଯୋଗାଇଥାନ୍ତି। ପରିତାପର ବିଷୟ ଲକ୍ଷାଧିକ ଟଙ୍କାର ଔଷଧ ରାତି ଅଧିଆ କେହି ମେଡିକାଲ କର୍ମଚାରୀ ହାଇଲେବୁଲ କେନାଲ ବନ୍ଧର ବିଭିନ୍ନ ବୁଦା ମୂଳେ ପକାଇଥିବା ଦେଖିବାକୁ ମିଳିଛି। ଔଷଧ ଖୋଳ ଉପରେ ରାଜ୍ୟ ସରକାରଙ୍କ ଲୋଗ ଲାଗିଥିବା ବେଳେ ଏହା ବିକ୍ରୟ ପାଇଁ ଉପଲବ୍ଧ ନୁହେଁ ବୋଲି ଲେଖା ହୋଇଛି। ସୁତରାଂ ଏହା କୌଣସି ସରକାରୀ ଡାକ୍ତରଖାନାର ଗଚ୍ଛିତ ଔଷଧ ବୋଲି ଜଣାପଡିଛି। ନିକଟରେ ମଞ୍ଜୁରୀ ଓ ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ଔଷଧ ପଡିଥିବା ସ୍ଥାନରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୂରତା ମାତ୍ର ୫କିମି ଅଟେ। ଆସନ୍ତା କାଲି ୧୨ ତାରିଖ ୫ଟି ସଚିବଙ୍କ ଭଣ୍ଡାରିପୋଖରୀ ଗସ୍ତ ରହିଛି। ଏହା ପୂର୍ବରୁ ନିଜ ଦୋଷ ଲୁଚାଇବାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଏଭଳି ଚକ୍ରାନ୍ତ ପୂର୍ବକ ସରକାରୀ ଔଷଧ ଗୁଡିକୁ କେନାଲ ବନ୍ଧରେ ବିଭିନ୍ନ ସ୍ଥାନରେ ଫିଙ୍ଗିଥିବା ଆଲୋଚନା ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More