କେନାଲ ନାହିଁ, ହେଲେ ଜଳକର ଦେବାପାଇଁ ଆରଆଇଙ୍କ ତାଗିଦ

23

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : କେନାଲ ନାହିଁ ହେଲେ ,ଜଳକର ସାଜିଛି ସୋବଳା ଗାଁ ଚାଷୀଙ୍କ ଦୁଃଖ, ଅଭିଯୋଗ କଲେ ଗାଁ ଲୋକେ ଚକବନ୍ଦୀ ପରେ ଚାଷଜମିକୁ ଜଳସେଚିତ ଜମିରେ ପରିବର୍ତ୍ତନ କଲେ । ହେଲେ ୩୦ ବର୍ଷ ହେଲାଣି କେନାଲ ନାହିଁ । ହେଲେ ଜଳକର ଦେବାପାଇଁ ଆର ଆଇଙ୍କ ତାଗିଦ । ଦୀର୍ଘଦିନ ଧରି ଦେବାରୁ ନୋଟିସ କରାଯାଉଛି କେନ୍ଦ୍ରାପଡା ତହସିଲ କାର୍ଯ୍ୟଳୟ ତରଫରୁ । ଜଳକର ସମସ୍ୟାଙ୍କୁ ଗୋଗୁଆ ଆର ଆଇ ସର୍କଲ ଦୋବନ୍ଧା ରେଭେନ୍ୟୁର ସୋବଳା ଗାଁର ଚାଷୀମାନେ ଆଜି କେନ୍ଦ୍ରାପଡା ମୁନସିପାଲର୍ଟି ଟାଉନହଲରେ ମିଳିତ ଅଭିଯୋଗ ଶୁଣାଣି ସିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ କଞୁମର କୋର୍ଟର ଆଦେଶ ଓ କେନାଲ ନଥିବା ର ସମସ୍ତ କାଗଜପତ୍ର ଦେଖାଇଥିଲେ । କିପରି କେନାଲ ନଥାଇ ଜଳକର ବୋଝ ଲଦିଦିଆଯାଉଛି ସୋବଳା ଗ୍ରାମର ଚାଷୀଙ୍କ ଉପରେ । ବନ୍ୟା ବାତ୍ୟା ମରୁଡ଼ି ରେ ଚାଷ ନଷ୍ଟ ହୋଇ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବୋଝ ଉପରେ ନଳିତାବିଡା ସାଜିଛି ସରକାରଙ୍କ ଜଳକର । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମିଳିତ ତହସିଲଦାରଙ୍କ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ମଧ୍ୟ ଦିଆଯାଇଛି । ହେଲେ ଗାଁଲୋକଙ୍କ ଜଳକର ସମସ୍ୟା ଏଯାବତ ସମାଧାନ ହୋଇପାରିନି । ଜଳକର ନ ଦେବାରୁ ଫନି ବାତ୍ୟା ଭଳିଆ ପ୍ରାକୃତିକ ବିପର୍ଯ୍ୟୟ ର ସରକାରୀ ସହାୟତାରୁ ବଞ୍ଚିତ ହେଲେ ଗାଁର ଶହ ଶହ ଚାଷୀ । ଖାଲି ସେତିକି ନୁହେଁ ସ୍କୁଲ କଲେଜ ପିଲାଙ୍କ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର ନେବାପାଇଁ ମଧ୍ୟ ହଇରାଣ ହରକତ ହେଉଛନ୍ତି । ଜଳଯୋଗାଣ ବିଭାଗ ୧୫ ବର୍ଷ ହେବ ଗାଁଲୋକଙ୍କ ଜମିଦାନ ନେଇ କେନାଲ ଖୋଳୁଛି ଆଜି ପର୍ଯ୍ୟନ୍ତ କେନାଲ ଖୋଳା ସରିନଥିବା ବେଳେ ଜଳକର ଦେବାକୁକୁ ଗାଁଲୋକ ସମର୍ଥ ନୁହନ୍ତି । ଏ ସମସ୍ତ ବିଷୟରେ ଜିଲ୍ଲାପାଳ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ଶିଘ୍ର ନିଆଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More