କେନାଲରୁ ଶବ ଉଦ୍ଧାର

19

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ଅଚିହ୍ନା ବ୍ୟକ୍ତିର ଶବ କେନାଲରୁ ଉଦ୍ଧାର। କଟକ ଜିଲ୍ଲା ସାଲେପୁର ମେଡିକାଲ ନିକଟ କେନ୍ଦ୍ରାପଡ଼ା କେନାଲରୁ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର। କେନାଲ ଭିତରେ ଭାସୁଥୁବା ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବକୁ ଦେଖି ସ୍ତାନୀୟ ଲୋକେ ପୋଲିସ ଓ ଅଗ୍ନିଶମବିଭାଗକୁ ଖବର ଦେଇଥିଲେ। ଖବରପାଇ ସାଲେପୁର ଅଗ୍ନିଶମ ବିଭାଗ ପହଂଚି ଶବକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଶବକୁ ପୋଲିସ ଜବତକରି ଏକ ଅପ ମୃତ୍ୟୁ ମାମଲାରୁଜୁକରିଛି। ସୂଚନାଯୋଗ୍ୟ ଗତକାଲି ଜଗତପୁର କେନ୍ଦ୍ରାପଡା କେନାଲରେ ଏକ ବ୍ୟକ୍ତି ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ। ବ୍ୟକ୍ତି ଜଣକ ହେଲେ ଜଗତପୁର ଥାନା ନାନକାର ଅଂଚଳର ନିତ୍ୟାନନ୍ଦ ସ୍ୱାଇଁ । ହୁଏତ ସେହି ବ୍ୟକ୍ତିଜଣଙ୍କ ଶବ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ଜଗତପୁର ପୋଲିସ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇ ଶବକୁ ଚିହ୍ନଟ କରାଗଲେ ପ୍ରକୃତ ଶବର ପରିଚୟ ମିଳିପାରିବ ବୋଲି ଅନୁମାନ କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More