କେଦାରନାଥକୁ ସାଇକେଲରେ ଜାତ୍ରା କରି ୪୫ ଦିନରେ ନିଜ ଗ୍ରାମରେ ପହଞ୍ଚିଲେ ସାହାସୀ ଯୁବକ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ର ବୋରିପଦର ଗ୍ରାମରେ କବି ଡଙ୍ଗ୍ରି ନାମକ ବ୍ୟକ୍ତି ଶିକ୍ଷକତା କରି ତାଙ୍କ ପରିବାର ପ୍ରତି ପୋଷଣ କରି ଆସୁ ଥିଲେ।ତାଙ୍କ ସୁପୁତ୍ର ମଝିଆ ପୁଅ ନିହାର ରଞ୍ଜନ ଡଙ୍ଗ୍ରି (୨୧) ଙ୍କୁ ଜୟପୁର ବିଇଡି କଲେଜରେ ଯୁକ୍ତ ୩ ରେ ପାଠ ପଢାଉ ଥିଲେ।ସେ ଘରକୁ ଆସି ୨୦ବର୍ଷ ରପୁରୁଣା ସାଇକେଲ କୁ ନେଇ ଯାଇ କାହାକୁ କିଛି ନ କହି ସେହି ପୁରୁଣା ସାଇକେଲରେ ତ୍ରିରଙ୍ଗା ପତାକା ଲଗାଇ ତା୪/୫/୨୦୨୨ ରେ ଡାବୁଗାଁ ରୁ କେଦାରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ତା ୨୨/୫ସନ୍ଧ୍ୟାରେ ୧୮୦୦ କି.ମି. ଅତିକ୍ରମ କରି ହରିଦ୍ଵାରରେ ପହଞ୍ଚି କେଦାରନାଥ କୁ ଯାତ୍ରା କରିବା ବନ୍ଦ ଥିବାରୁ ସେଠାରୁ ଗ୍ରାମ ଅଭିମୁଖେ ଯାତ୍ରା କରି ଥିଲେ।ଫେରିବା ବାଟରେ ଆଲାହାବାଦ ରେ ପହଞ୍ଚି ଆମ ପ୍ରତିନିଧି ନିଜେ ଫୋନ କରି ଫୋନ ଯୋଗେ କଥାବାର୍ତ୍ତା କରି ନିଉଜ୍ କରିଥିଲେ।ସେ ଆଲାହାବାଦ ଗଙ୍ଗା, ଜମୁନା, ସରସ୍ଵତୀ ତ୍ରିବେଣୀ ସଙ୍ଗମ ସ୍ଥଳ କୁମ୍ଭ ମେଳା ଯେଉଁଠି ହୁଏ ସେଠାରେ ପହଞ୍ଚି ଦୀପ ଦାନ କରି ସେହିଠାରେ ହିଁ ସେଦିନ ରାତ୍ରି ଯାପନ କରିଥିଲେ,କାରଣ ସାଇକେଲ ଟି ଖରାପ ହୋଇଥିବାରୁ ସେଠାରେ ସଜାଡି ଥିଲେ। ୨୧ ବର୍ଷର ଯୁବକର ସାହାସ କୁ ଯେ କେହି ଶୁଣିଲେ ସାବାସୀ ଦେଇ ରହି ପାରିବେନି।ଦିର୍ଘ ୧୮୦୦ କିଲୋମିଟର ଯାତ୍ରା ପରେ ପୁଣି ୧୬୦୦ କି.ମି.ପୁରୁଣା ସାଇକେଲରେ ଯାତ୍ରା କରି ୪୫ ଦିନରେ ମୈଦଲପୁରରେ ପହଞ୍ଚିବା ପୂର୍ବରୁ ଗ୍ରାମର ଯୁବକ ସେଠାରେ ଜଗି ଯୁବକକୁ ସ୍ଵାଗତ କରି ଡାବୁଗାଁ କୁ ପାଛୋଟି ଆଣିଥିଲେ। ଆଜି ଯୁବକ ନିଜ ଜନ୍ମ ମାଟି ରେ ପହଞ୍ଚି ଥିବାବେଳେ ଗ୍ରାମର ଯୁବକ ଵନ୍ଧୁ ମାନଙ୍କ ଦ୍ଵାରା ଭଜନ କୀତ୍ତନ କରି ବାଟସାରା ଉକ୍ତ ଯୁବକଙ୍କ ପାଦ ଧୋଇ ଦେବା, ଚାଉଳ ହଳଦୀ ଟୀକା ଦେବା ସହ ପୁଷ୍ପମାଲ୍ୟ ଦେଇ ସ୍ଵାଗତ କରାଇ ଜୟ କେଦାରନାଥ ଧ୍ଵନି ରେ ପ୍ରକମ୍ପିତ ହୋଇ ଉଠିଥିଲା।ବୋରିପଦର ଗ୍ରାମରେ ଉକ୍ତ ଯୁବକକୁ ଦେଖିଵା ପାଇ ଲୋକାରଣ୍ୟ ହୋଇ ଉଠିଥିଲା। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ଏଭଳି ସାହାସୀ ଯୁବକ ପାଇଁ ନବରଙ୍ଗପୁର ଜିଲ୍ଲା ଆଜି ଗର୍ବିତ। ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More