କୃଷ୍ଣଙ୍କ କାନ୍ଧରେ ଲକ୍ଷ୍ମି ଓ ସରସ୍ଵତୀଙ୍କ ବୋଝ

26

Get real time updates directly on you device, subscribe now.

ପାରାଦୀପ ( ସଂଘର୍ଷ ମିଡିଆ ) ; -ବେସାହାରା ଏବେ କୃଷ୍ଣ | କାରଣ କୃଷ୍ନ ଙ୍କ ପାଇଁ ଚିନ୍ତା ସାଜିଛନ୍ତି ଏବେ ଲକ୍ଷ୍ମି ଆଉ ସରସ୍ଵତୀ | ଦୁଇଜଣ ଙ୍କ ବୋଝ କୁ ବୁହାଇ କୃଷ୍ନ ଏବେ ନୟାନ୍ତ | ମଗା ଜଚ୍ଚା ରେ ବିତୁଛି ସାରା ପରିବାର | ଯିଏ ଯାହା ଦେଲେ ଖାଉଚି ନହେଲେ ଉପବାସ ରେ ବିତୁଛି ସାରା ଦିନ | ବନ୍ଦର ନଗରୀ ପାରାଦୀପ ରେ ସମସ୍ତେ ଧାଁଦୌଡ଼ କରୁଥିବା ବେଳେ ଏହି ନଗରୀ ର ଲକ ପଡା ରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର | ଗୋଟିଏ ପରିବାର ରେ ସତେ ଯେମିତି ଭାଗବାନ ଅଜାଡି ଦେଇଛନ୍ତି ସବୁତକ ଦୁଃଖ ଆଉ ଜନ୍ତ୍ରଣା | ଅଢେଇଦିନ ଖାଇଲେ ଅଢେଇଦିନ ଉପବାସ ରେ ସାରା ପରିବାର | ଏ ହେଉଛନ୍ତି ଲକ୍ ପଡା ର କୃଷ୍ନପଦ ମଣ୍ଡଲ ଙ୍କ ପରିବାର | ଦେଖନ୍ତୁ ସ୍ତ୍ରୀ ସରସ୍ଵତୀ ବ୍ରେନ ଷ୍ଟ୍ରୋକ ରେ ପକ୍ଷାଘାତ ର ଶିକାର ଆଉ ମା ଲକ୍ଷ୍ମି ମଧ୍ଯ ପକ୍ଷାଘାତ ରୋଗ ରେ ସଜ୍ଜାସାଇ | ମୂଲ ଲାଗିଲେ ଏମାନଙ୍କର ଚୁଲି ଜଳୁଥିଲା | ସ୍ଵାମୀ କୃଷ୍ନପଦ ଆଉ ସ୍ତ୍ରୀ ସରସ୍ଵତୀ ଦୁଇଜଣ ଯାକ ମୂଲ ଲାଗୀ ଯାହା କିଛି ରୋଜଗାର କରୁଥିଲେ ସେଥିରେ ମା ଲକ୍ଷ୍ମି ଙ୍କ ଚିକିସ୍ଥା ସହ ସୁଖଦୁଃଖ ରେ ଚାଲୁଥିଲା ତାଙ୍କ ତେଲଲୁଣ ର ସଂସାର | ହେଲେ ଦୈବ ସହିଲାନାହିଁ | ଆଉ କାମ ଉପରେ ବ୍ରେନ ଷ୍ଟ୍ରୋକ ହେବାରୁ ସ୍ତ୍ରୀ ସରସ୍ଵତୀ ମଧ୍ଯ ହେଲେ ପକ୍ଷାଘାତ ର ଶିକାର | ସବୁଠାରୁ ବଡ କଥା ହେଉଛି ଏହି ପରିବାର ପାଖରେ ନାହିଁ ବିଜୁ ସ୍ୱାସ୍ଥ୍ୟ କାର୍ଡ | ସ୍ତ୍ରୀ ସରସ୍ଵତୀ ଙ୍କର୍ ଅପରେସନ ପାଇଁ ଆବଶ୍ୟକ ହେଉଥିବା ମୁଠା ମୁଠା ଟଙ୍କା ମଧ୍ଯ କୃଷ୍ନପଦ ଙ୍କ ପାଖରେ ନାହିଁ | ଦୁଇ ଦୁଇଟା ପକ୍ଷାଘାତ ରୋଗୀ ଙ୍କୁ ସେବା କରି କରି କୃଷ୍ଣପଦ ମଧ୍ଯ ଜାଣିପାରୁନାହାନ୍ତି ମୂଲ ଲାଗିବାକୁ | ଏବେ ଭରସା କେବଳ ପଡୋଶୀ ଙ୍କ ସାହାଯ୍ଯ କୁ | ମୁଠାଏ ଯିଏ ଦେବେ ତିନିପ୍ରାଣୀ ଖାଇ ବଞ୍ଚିବେ , ନହେଲେ ଉପବାସ | ଜନ୍ତ୍ରଣା ରେ ଜର୍ଜରିତ ଏହି ପରିବାର କୁ ଦେଖିଲେ ବାସ୍ତବିକ୍ ଦୁଃଖ କଣ ଯେ କେହି ବି ଅନୁଭବ କରିବ। ତୁରନ୍ତ ଏହି ପରିବାର କୁ ସରକାରୀ କିମ୍ବା ବେସରକାରି ଅନୁଷ୍ଠାନ ସାହାଯ୍ଯ ର ହାତ ବଢ଼ାଇ ଏମାନଙ୍କ ଦୁଃଖ ଲାଘବ କରିବାକୁ ଦାବି ହେଉଛି |ପାରାଦ୍ବୀପ ରୁ କୁଳମଣି ଲେଙ୍କାଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More