କୃଷି ବିଭାଗର ସଂକଳ୍ପ ସପ୍ତାହ ପାଳନ ଅବରରରେ କୃଷି ମହୋତ୍ସବ ଅନୁଷ୍ଠିତ

44

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ କୃଷି ବିଭାଗ ତରଫରୁ ଡାବୁଗାଁ ପଞ୍ଚାୟତ ସମିତିର ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ସଂକଳ୍ପ ସପ୍ତାହ ପାଳନ ଅବସରରେ କୃଷି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ କୃଷି ବିଭାଗର ବିଭିନ୍ନ ସରକରୀ ଯୋଜନା ଉପରେ ଚାଷୀ ମାନଙ୍କୁ ସଚେତନ କରଯାଇଥିଲା | ଯୋଜନା ଗୁଡିକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଯନ୍ତ୍ରପାତି ରେ ସରକାରୀ ରିହାତି ବ୍ୟବସ୍ଥା, ଧାନ ଫସଲରେ ରୋଗ ପୋକ ପରିଚାଳନା, ଓଡିଶା ମିଲେଟ ମିଶନ ତଥା ବିକ୍ରୀବଟା, କାଳିଆ ଯୋଜନା, ନାନୋ ୟୁରିଆ ଓ ଡିଏପି ତଥା ଅନ୍ୟାନ୍ୟ ଜୈବିକ ସାରର ପ୍ରୟୋଗ ଉପରେ କୃଷି ଅଧିକାରୀ ମାନେ ଚାଷୀ ମାନଙ୍କୁ ବୁଝାଇଥିଲେ | କେନ୍ଦ୍ର ସରକାର ଙ୍କ ପି-ଏମ କିଶାନ ଯୋଜନା ଉପରେ ସଚେତନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, କୃଷି ଅଧିଦର୍ଶକ ଭୀମସେନ ନାୟକ, ନୀଳକଣ୍ଠ ପରିଡା, କିଶୋର ଚନ୍ଦ୍ର ନାୟକ, ମମତା ସାହୁ, ସୁଶାନ୍ତ କୁମାର ରାଉତ, ସହକାରୀ ବୈଷୟିକ ପରିଚାଳକ କେ. ଉଦୟା କୁମାରୀ, ସମସ୍ତ କୃଷକ ସାଥି ଓ ଚାଷୀ ମାନେ ଯୋଗ ଦେଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More