କୃଷି ଏବଂ କୃଷକର ସମୃଦ୍ଧି ହେଲେ, ପ୍ରଗତିଶୀଳ ଜିଲ୍ଲା ରୂପେ ପରିଗଣିତ ହେବା : କଳାହାଣ୍ଡି ଜିଲ୍ଲାପାଳ

16

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ଆମ ଜିଲ୍ଲା ଏକ କୃଷିପ୍ରାଧାନ୍ୟ ଜିଲ୍ଲା, କୃଷି କ୍ଷେତ୍ରରେ ରାଜ୍ୟରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହୋଇପାରିଛି । କଳାହାଣ୍ଡି କୃଷି ଏବଂ କୃଷକ ର ଉନ୍ନତି ହୋଇପାରିଲେ ଯାଇଁ ଏକ ବିକଶିତ ଜିଲ୍ଲା ଭାବେ ପରିଗଣିତ ହେବା ଏଥିପାଇଁ ଆମେ ସଦା ଚେଷ୍ଟିତ କେବଳ ଯେ ଆମେ ଧାନ ଉତ୍ପାଦନରେ ସଫଳ ହୋଇଛେ ତା ନୁହେଁ, କପା, ମକା, ମାଣ୍ଡିଆ,ତୈଳ ବୀଜ, ଡାଲି ଜାତୀୟ ଫସଲ, ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନିଭେଇଛୁ। ଏତତ୍‌ବ୍ୟତୀତ ଫଳ ଚାଷରେ ବିଦେଶୀ ଫଳ ଭାବେ ଷ୍ଟ୍ରବେରୀ ଏବଂ ଗ୍ରୀନ ଆପେଲ ଆଦି ଚାଷ ଅମଳ କରି ସଫଳତା ପାଇ ସାରିଛୁ ।ଏଣିକି ଏହିସବୁର ଉତ୍ପାଦ କିପରି ଜିଲାରେ ବଢିବ ଏବଂ ଏହାର ବ୍ୟବସାୟିକ ଧାରା କିଭଳି ବଜାୟ ରହିବ ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା । କୃଷି କ୍ଷେତ୍ରରେ ଅଗ୍ରଗତି ହୋଇପାରିଲେ ଯାଇଁ କୃଷକ ର ଉନ୍ନତି ହେବ। କୃଷକର ଉନ୍ନତି ହେଲେ ପ୍ରଗତିଶିଳ ଜିଲ୍ଲା ରାଜ୍ୟ ଭାବେ ପରିଗଣତି ହେବା, କୃଷକ ହେଉଛନ୍ତି ଆମଦେଶର ମେରୁଦଣ୍ଡ, ଭଲ କୃଷି ଉତ୍ପାଦନ ହୋଇପାରିଲେ ଆମ ଅର୍ଥନୀତି ଉପରେ ସାକରାତ୍ମକ ପ୍ରଭାବ ପଡିଥାଏ . ତେଣୁକରି ଆମେ କିପରି ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତିରେ ବିଜ୍ଞାନ ର ଜ୍ଞାନ କୌଶଳ ବ୍ୟବହାର କରି ଅଧିକ ଉତ୍ପାଦ ପାଇପାରିବ ଏବଂ ତତ୍‌ସହିତ ଧାନ ଚାଷ ସହିତ ଅଣଧାନ ଚାଷ ଉପରେ ଗୁତୁତ୍ୱ ଦେଲେ ଚାଷୀଟି ଲାଭବାନ ହୋଇପାରିବ.ଆଜି ପବିତ୍ର ଅକ୍ଷୟତୃତୀୟା ଅଖି ମୁଠି ଅନୁକୂଳ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନନୀୟା ଜିଲ୍ଲାପାଳ ମୋହାଦାୟା ପି.ଅନ୍ୱେଷାରେଡ୍ଡୀ ଯୋଗଦେଇ ମତପ୍ରକାଶ କରିଥିଲେ, ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ ଅବସରରେ ପ୍ରଥମେ ଭୂମିକୁ ପୂଜାର୍ଚନା କରାଯାଇ, ପରେ ଜିଲ୍ଲାପାଳ ମହୋଦୟା ଙ୍କ ଦ୍ୱାରା ଆକ୍ଷିମୁଠି ଅନୁକୁଳ ହୋଇଥିଲା ପରେ ଆୟୋଜିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ ସେଠି, ଡି. ଡି. ଏଚ. କିଶୋର କୁମାର ମହାଲିଙ୍ଗ, ସଦର ବିଧାୟକଙ୍କ ପ୍ରତିନିଧି ମନୋଜ ସାହୁ, ବ୍ଲକ ଅଧକ୍ଷ୍ୟ ପ୍ରଫୁଲ ସାହୁ,, ଡି. ଡି. ଏମ. ନାବାର୍ଡ ମହେଶ୍ୱର ଦାସ, ଡି. ଆଇ. ପି. ଆର. ଓ ମନୋଜ ବେହେରା,, କୃଷି ବିଜ୍ଞାନ ମୁଖ୍ୟ ଡ.ଅମିତାଭ ପଣ୍ଡା, ନିର୍ବାହୀ ଯନ୍ତ୍ରୀ କୃଷି ଜଗବନ୍ଧୁ ମହାଲି ପ୍ରମୁଖ ଉପସ୍ଥିତ ରହି ନିଜନିଜର ମତ ଉପସ୍ଥାପନ କରିବା ସହ କୃଷି ଏବଂ କୃଷକ ସଶକ୍ତି କରଣ ନିମନ୍ତେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା ସ୍ରମ୍ପର୍କରେ ସୂଚନା ଦେଇଥିଲେ.ଇତି ଅବସରରେ ଜିଲ୍ଲାର ବିଭିନ୍ନ କୃଷିକ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ଅଗ୍ରଣୀ ସଫଳ ଛ ଜଣ ଚାଷୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କୃଷି କାର୍ଯ୍ୟାଳୟର ସ୍କିମ ଅଧିକାରୀ ବିଶ୍ୱନାଥ ମହାପାତ୍ର ସଭା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More