କୃଷକ କାର୍ଡ କରିବାକୁ ଯାଇ ସ୍ତ୍ରୀ ଫେରାର, ସ୍ୱାମୀ କଲା ଥାନାରେ ଅଭିଯୋଗ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଘରେ  ବଢିଲା ତିନି ତିନି ଟା ପୁଅ, ସ୍ୱାମୀ ଶଶୁର, ପରିବାର ଛାଡି  ଜଣେ ସ୍ତ୍ରୀ ଘର ଛାଡି ଚାଲିଯିବା ଘଟଣା ଅଂଚଳରେ ଚର୍ଚ୍ଚା ହେବା ସହ ଏନେଇ ନିଖୋଜ ସ୍ତ୍ରୀର ସ୍ୱାମୀ ସ୍ଥାନୀୟ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଶଙ୍କରଡ଼ା ଗ୍ରାମରେ l ଥାନା ରେ ହୋଇଥିବା ଅଭିଯୋଗ ଅନୁଯାୟୀ ଗତ 9 ତାରିଖ ରେ ଅଭୟ କମ୍ପର ସ୍ତ୍ରୀ ଅନିତା କମ୍ପ ପରିବାରଙ୍କୁ କୃଷକ କାର୍ଡ କରି ଯାଉଛି କହି ନିକଟସ୍ତ ଛତ୍ରଙ୍ଗ ବଜାରକୁ ଯାଇ ଆଉ ଘରକୁ ଫେରି ନଥିଲେ l ପରେ ପରିବାର ଲୋକ ଅନିତାକୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା l ଏନେଇ ଅଭୟ କମ୍ପ ଆଉ ଝିଅ ଘର ପକ୍ଷରୁ ମିଳିତ ଭାବେ ହରଭଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ଅଭିଯୋଗ ର ଆଜକୁ7 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପାଖରେ କୌଣସି ସୂଚନା ନଥିବା ବେଳେ ଦିନକୁ ଦିନ ତଦନ୍ତ ରେଶିଥିଳତା ହେଉଥିବା ନେଇ ପୋଲିସର କାର୍ଯ୍ୟ ପ୍ରତି ପରିବାର ଲୋକ ଅସନ୍ତୋଷ ପ୍ରକଶ କରିଛନ୍ତି l ଏପରିକି ଉକ୍ତଘଟଣାର ଉଚିତ ତଦନ୍ତ ପାଇଁ ଆଗାମୀ ଦିନରେ ଉପରିସ୍ଥ ପୋଲିସ ଅଧିକାରୀଙ୍କ ଠାରେ ଫେରାଦ ହେବୁ ବୋଲି ଚେତାବନୀ ଦେଇଛନ୍ତି l ଏନେଇ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାୟଙ୍କୁ ପଚାରିବାରୁ  ନିଖୋଜ ଥିବା ସ୍ତ୍ରୀର ସ୍ୱାମୀ ଆମକୁ ଏକ ଲିଖିତ ଅଭିଯୋଗ କରିଛନ୍ତିl ଆମେ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପ୍ରକ୍ରିୟା ଚାଲୁ ରଖିବା ସହ ଅନିତା ବ୍ୟବହାର କରୁଥିବା ମୋବାଇଲର ନମ୍ବର କୁ ଟ୍ରାକ ପାଇଁ ଦେଉଛୁ. ରିପୋଟ ଆସିଲେ ତଦନ୍ତ ପକ୍ରିୟା ସୁଦୃଢ ହେବ ବୋଲି ଥାନା ଅଧିକାରୀ ରାୟ କହିଥିବା ଜଣାପଡିଛି lରିପୋର୍ଟ, ଉଗ୍ରସେନ କର୍ମୀ ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More