କୃଷକ ଉତ୍ପାଦନ ସଂଗଠନ ଗଠନରେ ମହିଳା କୃଷକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ

23

Get real time updates directly on you device, subscribe now.

କକୁଆଁରମୁଣ୍ଡା(ସଂଘର୍ଷ ମିଡିଆ) : -କକୁଆଁରମୁଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମହିଳା କୃଷକ ମାନଙ୍କର ସାମୁଁହିଁଙ୍କ ବିକାଶ ପାଈଁ କେନ୍ଦ୍ରୀୟ ଯୋଜନା ଅଧୀନରେ ଥିବା କୃଷକ ଉତ୍ପାଦକ ସଂଗଠନ ଗଠନ ଓ ବିକାଶ ସମ୍ପର୍କରେ ଏକ ସଚେତନତା କର୍ମଶାଳା ସୋଛାସେବୀ ସଂଗଠନ “ଲାଲ” ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହିକାର୍ଯ୍ୟକ୍ରମକୁ କୁଆଁରମୁଣ୍ଡା ବିଡ଼ିଓ ଶ୍ରୀମତୀ ତୃପ୍ତି ବରାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ସ୍ୱୟଂସହାୟକ ଗୋଷ୍ଠିର ମହିଳା ମାନଙ୍କ ସାମାଜିକ, ଅର୍ଥନୈତିକ ଓ କୃଷିକ୍ଷେତ୍ରରେ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ “ଲାଲ” ର ରାଜ୍ୟ ପ୍ରକଳ୍ପ ନିର୍ଦେଶ ରଞ୍ଜନ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ମହିଳା କୃଷକ ସଂଗଠନର ଲକ୍ଷ୍ୟ, ଉଦେଶ୍ୟ ସର୍ବୋପରି ସେମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ଆଶାପ୍ରକଟ କରିଥିଲେ, ଆଗାମୀ ଦିନରେ ଏହି କୃଷକ ସଂଗଠନ ମାଧ୍ୟମରେ ମହିଳା କୃଷକ ମେନେ ସରକାରଙ୍କ ଯୋଜନା ଅନୁଯାଇ ଫାଇଦା ଉଠାଇବା ପାଈଁ ସେ ପରାମର୍ଶ ଦେଇଥିଲେ l ବ୍ଳକ କୃଷି ଅଧିକାରୀ ପବିତ୍ର ମୋହନ ସାହୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ଉପରେ ଆଲୋଚନା କରି କହିଲେ ମହିଳା ମାନଙ୍କ ସ୍ୱାବଲମ୍ବୀ ହେବାପାଇଁ କୃଷକ ସଂଗଠନ ଗଠନ କରିବା ଏକାନ୍ତ ଏପରିହାର୍ଯ୍ୟ l ସମନ୍ୱିତ ଶିଶୁ ବିକାଶ ପ୍ରତିନିଧି ଶୋଭାରାଣୀ ଓଝା,ଓଡିଶା ଜୀବିକା ମିଶନର ପ୍ରତିନିଧି ରଶ୍ମିତା ବେହେରା ମହିଳା ମାନଙ୍କୁ କୃଷକ ସଂଗଠନ ଗଠନରେ ମହିଳା କୃଷକ ମାନଙ୍କୁ ସାମିଲ କରିବାପାଇଁ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ରୁମା ପରିଡା, ସୁଷମା କିଷାନ, ସଂଯୁକ୍ତା ସା, ସରିତା ଏକ୍କା, ଦୀପିକା ରାଉତ, ସୁପ୍ରଭା କିଷାନ, ଜୟନ୍ତୀ ତନ୍ତୀ, ମେନକା ଲାକ୍ରା, ମାରିୟମ ଟପ୍ପୋ, ବୈଜୟନ୍ତୀ ସାମଲ, ଦିବ୍ୟ ଜ୍ୟୋତି କୁଲ୍ଲୁ, ସୁମିତ୍ରା ଏକ୍କା, ଇନ୍ଦୁ ଭୂମିଜ ଓ ପ୍ୟାରୀ ନାଗ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More