କୃଷକ ଉତ୍ପାଦକ ସଂଗଠନ ଗଠନ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ଆଲୋଚନା ଅନୁଷ୍ଠିତ

23

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ ) : କେନ୍ଦ୍ରୀୟ ଯୋଜନା ଅଧୀନରେ 10000 କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପରିଚାଳନା ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ଏକ ସଚେତନତା କର୍ମଶାଳା ଶୋଛାସେବୀ ସଂଗଠନ “ଲାଲ” ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ହାତିବନ୍ଧା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “ଲାଲ” ର ଜିଲ୍ଲା ସଂଯୋଜକ ଅରୁଣ କୁମାର ପରିଡା ଏଥିରେ ଅଧ୍ୟକ୍ଷତା କରି କୃଷକ ଉତ୍ପାଦକ ସଂଗଠନ ଗଠନ ଓ ତାର ବିକାଶ ସମ୍ପର୍କରେ ଆଲୋଚନା କରି କହିଲେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମନେ ଏଥିରେ ସାମିଲୀ ହୋଇ ଲାଭ ଉଠାଇବାପାଇଁ ସେ ପରାମର୍ଶ ଦେଇଥିଲେ ମିଶନ ଶକ୍ତିର ସ୍ଥାନୀୟ ସଭାପତି ବିଦୁତ ଲତା ମହାନ୍ତି,ସମ୍ପାଦକ କମଳା ସିଂ କୃଷିର ଉର୍ନୀତି ପାଇଁ ମହିଳା କର୍ମୀମାନେ କୃଷିକ୍ଷେତ୍ରରେ ନିଜକୁ ନିୟୋଜିତ କରିବାପାଇଁ ସେମାନେ ଉପସ୍ଥିତ ମହିଳା ମାନଙ୍କୁ ଆହ୍ୱାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଲଷ୍ମୀ ପ୍ରୀୟା ମହାପାତ୍ର, ଆସନ୍ତି ପ୍ରଧାନ, ରୀନାରାଣୀ ସେଠି, ଲଷ୍ମୀପ୍ରିୟା ଜେନା, ଶାନ୍ତି ରଣା, ଜାନକୀ ସିଂ, ସଂଗୀତା ମୁର୍ମୁ, ନମିତା ଲାକ୍ରା, ସୁଜାତା ଡୋରା, ବିଜୟଲଷ୍ମୀ ମିଶ୍ର, ଅନିତା ଲୋହାର,ତପସ୍ୱିନୀ ଭୂମିଜ, ତିଳତ୍ତମା ନାୟକ, ଗୀତାରାଣୀ ବେହରା, ରିତା ମହାରଣା, ସୁମିତ୍ରା ଥାପା, ସୁଜାତା ମହାନ୍ତି ଓ ସୌଦାବିନି ସାହୁ ପ୍ରମୁଖ କୃଷକ ଉତ୍ପାଦକ ସଂଗଠନ ଓ ତାର ସୁଫଳ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ଏଥିରେ ବାଲିଯୋଡି, ହାତିବନ୍ଧା, କଂସର, ଅଟାଘାଟ, ଗ୍ରାମର ବହୁସଂଖ୍ୟାରେ ମହିଳା କର୍ମୀ ଯୋଗଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ରାନୁ ମହାପାତ୍ରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More