କୃପାଲୁ ଶିଶୁ ସାହିତ୍ୟ ଆସରରେ ଶିଶୁ ମାନଙ୍କର ପ୍ରିୟ ଗୀତ ‘ତୁମପରି ଛୋଟ ପିଲାଟିଏ’ ର ଜୀବନ ସମ୍ପର୍କରେ ଆଲୋଚନା

36

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : – ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ପ୍ରତିମାସ ଶେଷ ରବିବାରରେ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନ କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ ସରକାରୀ ପାଠ୍ୟପୁସ୍ତକ ତୃତୀୟ ଶ୍ରେଣୀ ଅନ୍ତର୍ଗତ ‘ତୁମପରି ଛୋଟ ପିଲାଟିଏ’ ପଦ୍ୟ ବିଷୟରେ ସ୍ଥାନୀୟ ନବ ଜୀବନ ଟ୍ରଷ୍ଟ ଅନାଥ ଆଶ୍ରମ ସର୍ବ କନିଷ୍ଠ ଅନ୍ତେବାସୀଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ଆଲୋଚନା କରାଯାଇଛି। କେନ୍ଦ୍ରର ବରିଷ୍ଠ ଛାତ୍ରୀ ସୁଶ୍ରୀ ପ୍ରଜ୍ୟୋତି ଚୌଧୁରୀ ଏହି ପଦ୍ୟକୁ ଆବୃତ୍ତି କରି ମଧୁବାବୁଙ୍କ ଜୀବନ ସମ୍ପର୍କରେ ଧାରଣା ଦେଇଥିଲେ । ଶେଷରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଉତ୍କଳୀୟ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କ ଦେଶାତ୍ମବୋଧ, ସେବା ଓ ପରୋପକାର ମହତ୍ତ୍ଵ ବିଷୟରେ ବୁଝାଇବାପରେ ମହାପୁରୁଷ ମାନଙ୍କ କର୍ମନିଷ୍ଟା ଓ ସମର୍ପଣ ଭାବକୁ ଜଗତଗୁରୁ କୃପାଳୁ ଜୀ ମହାରାଜଙ୍କ ସାହିତ୍ୟ ରଚନା ଗୁଡିକରେ ସେମାନଙ୍କୁ ସ୍ୱୀକୃତି ପ୍ରଦାନ ସହିତ ଆଦର କରାଯାଇଥିବା କଥାକୁ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାସିନୀ କୁମାରୀ ଲିମା ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More