କୁହୁଡ଼ି କଲେଜ ଛକରୁ ବ୍ରାଉନ ସୁଗାର ବେପାରୀ ଗିରଫ

19

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ଖୋର୍ଦ୍ଧା ଜିଲ୍ଲାର କୁହୁଡ଼ି କଲେଜ ଛକରେ ଅତି ଚତୁରତାର ସହିତ ଜଣେ ଯୁବକ କଲେଜ ପଢୁଆ ଛାତ୍ରଛାତ୍ରୀଙ୍କୁ ବ୍ରାଉନ ସୁଗାର ଦେଇ ମତୁଆଲା କରିବା ପାଇଁ ସୁ-ବନ୍ଦୋବସ୍ତ କରିଆସୁଥିଲା । ହେଲେ ସେ ଜାଣି ନଥିଲା ଯେ ବଜରଙ୍ଗ ଦଳର ଯୁବକ ମାନେ କଲେଜ ପଢୁଆ ଛାତ୍ରଛାତ୍ରୀ ହୋଇ ସେଠାରେ ପହଞ୍ଚି ଯିବେ ଓ ସେ ସେଠାରେ ଧରା ପଡିଯିବ ବୋଲି । ବ୍ରାଉନ ସୁଗାର ବେପାରୀ ଜଣକ ଧରାପଡିବା ପରେ ବୁହାଏ ଛେଚା ଖାଇଲା ଏବଂ ପରେ ପୋଲିସ ଏହି ବ୍ରାଉନ ସୁଗାର ବେପାରୀକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଧରାପଡି ଥିବା ଯୁବକ ଜଣକ ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷୀତପଡ଼ା ଗାଁର ଶେଖ୍ ଆଜାଦ । କିଛି ଦିନ ହେଲା ଏହି ଯୁବକ ଜଣକ କଲେଜ ଛକରେ କଲେଜ ପଢୁଆ ଛାତ୍ରଛାତ୍ରୀ ମାନଙ୍କୁ ବ୍ରାଉନ ସୁଗାର ବିକ୍ରି କରି ଆସୁଥିଲା , ହେଲେ ପୋଲିସ ଏହାର ଟେର୍ ପାଉନଥିଲା । ବଜରଙ୍ଗ ଦଳର ଯୁବକ ମାନେ ସେଙ୍ଗ ସଂଗେ ସେହି ସ୍ଥାନରେ ପହଞ୍ଚି ତାକୁ ଧରିଥିଲେ ଏବଂ ତାଠାରୁ କିଛି ବ୍ରାଉନ ସୁଗାର ମଧ୍ୟ ଜବତ କରିଥିଲେ I ଧରପଗଡ ବେଳେ ତା’ ନିକଟରୁ ଅଳ୍ପ କିଛି ବ୍ରାଉନ ସୁଗାର ପୁଡିଆ ଜବତ ହୋଇଛି । କାରଣ ସେତେବେଳକୁ ତା’ର ବିକ୍ରୀ ସରି ଆସୁଥିଲା । ସ୍ଥାନୀୟ ବଜରଙ୍ଗ ଦଳର ଯୁବକ ମାନଙ୍କର ଏହି ଭଳି ସାହସିକ କାମକୁ ସ୍ଥାନୀୟ ପୋଲିସ ଧନ୍ୟବାଦ ଦେବା ସହ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More