କୁମ୍ଭୀର ପଞ୍ଜାରେ ନାବାଳିକା ସିଲା ଦଳାଇ

17

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :– * କୁମ୍ଭୀର ଆତଙ୍କରେ ନଦୀ କୁଳିଆ ଲୋକେ ହେଉଛନ୍ତି ଭୟଭୀତ। *କୁମ୍ଭୀର ଆକ୍ରମଣରେ ଚାଲିଯାଉଛି ଅମୁଲ୍ୟ ଜୀବନ। ନଦୀ କୂଳିଆ ଲୋକମାନଙ୍କୁ ବନବିଭାଗ ର ସୁରକ୍ଷା ହେଉଛି କି ବିଫଳ। ହଁ ଆଜ୍ଞା ନଦୀ କୂଳରେ ରହିଥିବା ଜନବସତି ଲୋକମାନଙ୍କୁ କୁମ୍ଭୀର ଦାଉରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ପ୍ରଚାର ପ୍ରସାର ନିମନ୍ତେ ଖର୍ଚ୍ଚ କରିଛନ୍ତି କିନ୍ତୁ ଫଳ ସୁନ। ଏକଥା ଆମେ କହୁନୁ ସିଧାସଳଖ ଦେଖନ୍ତୁ ଏହି ଦୃଶ୍ୟକୁ ନା ଏଠାରେ ଅଛି ହୋଡିଙ୍ଗି ନା ବୁଲିଛି ପ୍ରଚାର ଗାଡ଼ି। ଅନେକ ନଦୀ କୂଳିଆ ଗ୍ରାମାଞ୍ଚଳରେ ସମାନ ଅବସ୍ଥା। ଲୋକମାନେ ଶୈଚ ହେବାପାଇଁ ବନବିଭାଗ ପକ୍ଷରୁ କିଛି କିଛି ସ୍ଥାନରେ ତାରବାଡ ବୁଲାଯାଇଛି ସତ କିନ୍ତୁ ଧର୍ମକୁ ଆଖି ଠାର ଭଳି ହୋଇଛି କାର୍ଯ୍ୟ। ଜୁଆର ସମୟରେ ଦୁଇ ସାଇଟି ବାଟେ ପ୍ରାୟତ ସେହି ତାରବାଡ ଭିତରେ ରହୁଛି କୁମ୍ଭୀର ଖାଉଛି ଲୋକମାନଙ୍କୁ।ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ତଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରଙ୍ଗଣୀ ପଂଚାୟତ କୁରୁମାସାହି ଗାଁରେ। ଅଭାବି ତେଲ ଲୁଣର ସଂସାର ଚଳାଇବା ପାଇଁ ମଥୁରୀ ଦଳାଇ ନିଜର ଛେଳି ପାଳି ଜୀବିକା ନିର୍ବାହ କରିଥାନ୍ତି। ସବୁଦିନ ଭଳି ଆଜି ଛେଳିମାନେ ଭେକ୍ଟା ନାଳ ନିକଟକୁ ଚରିବା ପାଇଁ ଯାଇଥିଲେ। ଚରୁଥିବା ଛେଳି ଗୁଡ଼ିକୁ କୁରୁମାସାହି ଗାଁର ମଥୁରୀ ଦଳାଇ ଙ୍କ ୧୭ ବର୍ଷର ଝିଅ ସିଲା ଦଳାଇ ୨.୩୦ ମିନିଟ୍ ସମୟରେ ଆଣିବା ପାଇଁ ଯାଇଥିଲେ କେଉଁଠି ଲୁଚି ରହିଥିଲା କାଳ କୁମ୍ଭୀର ଆଖି ପିଛୁଳାକେ ଅଥଳ ପାଣି ଭିତରକୁ ନେଇଯାଇଥିଲା ୧୭ ବର୍ଷର ଝିଅ ସିଲା ଦଳାଇକୁ। ବହୁତ ଖୋଜାଖୋଜି କରିବା ପରେ ଝିଅର କୈାଣସି ସନ୍ଧାନ ମିଳି ପାରିନାହିଁ। ଭିତରକନିକାକୁ ସଂଯୋଗ କରୁଥିବା ଭେକ୍ଟl ନାଳରେ କୁମ୍ଭୀର ମାନଙ୍କ ଆତଙ୍କ ଯୋଗୁଁ ଲୋକମାନେ ଭୟଭୀତ। କେବଳ ଭେକ୍ଟା ନାଳ ନୁହେଁ। ପ୍ରାୟତ ନଦୀ ମାନଙ୍କରେ ମାଛ ଭଳି କୁମ୍ଭୀର ମାନେ ରହୁଛନ୍ତି ବନ ବିଭାଗ ତରଫରୁ କୈାଣସି ସୁରକ୍ଷା ବ୍ୟବସ୍ଥା ନାହିଁ କି ଜନବସତି ନଦୀରୁ କୁମ୍ଭୀର ମାନଙ୍କୁ ଧରି ନେବାର ବନ୍ଦୋବସ୍ତ କରାଯାଉନି। ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More