କୁମାରଙ୍ଗ ପଞ୍ଚାୟତରେ ନୂତନ ମିଶନ ଶକ୍ତି ଗୃହ ଉଦଘାଟିତ

47

Get real time updates directly on you device, subscribe now.

ଖୋର୍ଦ୍ଧା)ସଂଘର୍ଷ ମିଡିଆ) : – ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ କୁମlରଙ୍ଗ ପଞ୍ଚାୟତରେ ଆସିଥିବା ସରକାରଙ୍କ ଅନୁଦାନ ପାଞ୍ଚଲକ୍ଷ ଓ କୁମାରଙ୍ଗ ପଞ୍ଚାୟତ ପାଣ୍ଠିରୁ ଅଢେଇ ଲକ୍ଷ ଟଙ୍କା ବିନିମୟରେ ମିଶନଶକ୍ତି ନବନିର୍ମିତ ଗୃହ ଉଦଘାଟିତ ହୋଇଯାଇଛି l ରିବନ କାଟି ଏହି ଗୃହର ଶୁଭ ଉଦଘାଟନ କରିଥିଲେ କୁମରଙ୍ଗ ସରପଞ୍ଚ ମହୋଦୟା ସରୋଜିନୀ ପ୍ରଧାନ l ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସରୋଜିନୀ ପ୍ରଧାନଙ୍କ ନିମନ୍ତ୍ରଣ କ୍ରମେ ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ, ଗମ୍ଭାରୀ ମୁଣ୍ଡା ସରପଞ୍ଚ ଚିନ୍ମୟ କୁମାର ପଟ୍ଟନାୟକ, ତୋରଶିଙ୍ଗ ପଞ୍ଚାୟତ ସରପଞ୍ଚ ଆକାଶ ପ୍ରଧାନ, ତୁମ୍ବୁରାପୁଟ ସରପଞ୍ଚ ଅକ୍ଷୟ କୁମାର ସେଠି, ନନ୍ଦପୁର ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ସାଂସଦ ପ୍ରତିନିଧି ଯଦୁ ପ୍ରଧାନ, କୁମାରଙ୍ଗ ସମିତି ସଭ୍ୟା ଝୁନା ପଳେଇ, ମିଶନ ଶକ୍ତି ପଞ୍ଚାୟତ ମହିଳା ସଭାପତି ମମତା ବେହେରା, ସମ୍ପାଦଦୀକl କୁନ୍ତଳା ଲେଙ୍କା, ଏମ୍ବିକେ ଶୁଜ୍ଞାନି ହୋତା ସମେତ ପଞ୍ଚାୟତର ବହୁତ ନାରୀନେତ୍ରୀମାନେ ଯୋଗ ଦେଇଥିଲେ l ମିଶନ ଶକ୍ତିର ନାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଆସିଥବା ସମସ୍ତ ଅତିଥି ସରପଞ୍ଚ ଓ ନାରୀ ନେତ୍ରୀ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l କୁମାରଙ୍ଗ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ମିଶନ ଶକ୍ତିର ନାରୀମାଙ୍କୁ ସମ୍ପୂର୍ଣ ସହଯୋଗ କରିବା ସହିତ ସେମାନଙ୍କ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ରହିଥିବା ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ, ସେମାନଙ୍କ ସୁବିଧା ଅସୁବିଧାରେ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ l ଓଡିଶା ସରକାରଙ୍କ ବ୍ୟୟ ବରାଦ ଟଙ୍କାର ବିନିଯୋଗ ସହିତ ପୂର୍ବତନ ସରପଞ୍ଚଙ୍କ ସହଯୋଗକୁ ମହିଳା ମାନେ ସଂମ୍ମାନ ଓ ପ୍ରଶଂସନୀୟ କାର୍ଯ୍ୟ ବୋଲି କହିବା ସହିତ ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହି ନୂତନ ଗୃହକୁ ହୁମଯଜ୍ଞ ପୂଜା ପାଠ ସହିତ ଉଦଘାଟନ କରାଯାଇଥିବା ଜଣାପଡିଛି l ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More