କୁନ୍ତଳାକୁମାରୀ ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ସରସ୍ବତୀ ଶିଶୁ ମନ୍ଦିରରେ ଗାନ୍ଧୀ ଜୟନ୍ତୀ ପାଳିତ

17

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୭୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ନସଡିପୁର ସ୍ଥିତ କୁନ୍ତଳାକୁମାରୀ ଆର୍ଟ ଆଣ୍ଡ କ୍ରାହ୍ମ ସ୍କୁଲ ଜିଲାର ସ୍କୁଲ ପିଲାଙ୍କ ମଧ୍ୟରେ ଏକ ଚିତ୍ର ଓ ସଂଗୀତ କଳା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲାର ପ୍ରାୟ ୭ଟି ବ୍ଳକର ୩୧ଟି ସ୍କୁଲର ୫ଶହରୁ ଅଧିକ ପିଲାମାନେ ଭାଗନେଇ ସତ୍ୟ ଓ ଅହିଂସା ବିଷୟ ଉପରେ ଅନେକ ସୁନ୍ଦର ସୁନ୍ଦର ଛବିମାନ ଆଙ୍କିଥିଲେ. ଏକ ବରିଷ୍ଟ ବିଚାରକ ମଣ୍ଡଳୀ ଦ୍ବାରା ସେମାନଙ୍କ କୃତି ମଧ୍ୟରୁ ସର୍ବଶ୍ରେଷ୍ଠ କୃତିଗୁଡିକୁ ପୁରସ୍କାର ପାଇବା ନିମନ୍ତେ ବଛାଯାଇଥିଲା । ଏହି ଉତ୍ସବରେ କୁନ୍ତଳାକୁମାରୀ ଆର୍ଟ ସ୍କୁଲର ପ୍ରଧାନ ଗୁରୁଜୀ ଅଶୋକ ନାୟକ ଉଦ୍‌ଘାଟନ ଅଭିଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ଓ ବରିଷ୍ଠ ଆଇନଜୀବୀ ଦେବଦାସ ମହାନ୍ତି ଯୋଗଦେଇ କୃତିକାର୍ଯ୍ୟ ପିଲା ମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ରାଉତ ସମ୍ମାନୀତ ଅତିଥ ଭାବେ ଗାନ୍ଧୀଜୀଙ୍କୁ ନୂତନ ଯୁଗର ପ୍ରେରଣା ବୋଲି କହିଲେ ଏବଂ ତାଙ୍କରି ଜୀବନ ପଥକୁ ଅନୁକରଣ କଲେ ପୃଥିବୀରେ ହିଂସାର ଅବସାନ ଘଟି ଏକ ଶାନ୍ତ ସୁନ୍ଦର ସମାଜ ଗଢାଯାଇପାରିବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ କାଉଁସିଲର ଅଭୟ କୁମାର ବେହେରା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପରିଶେଷରେ ଶିଶୁ ମନ୍ଦିରରର ସମସ୍ତ ସଦସ୍ୟା , ଅବିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଥଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More