କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଲକ୍ଷେ ଶିବ ପୂଜି ପାଇଥିଲେ ପୁଅ , ହେଲେ ଆଜି ସେଇ ପୁଅ ପାଇଁ ପୁରା ପରିବାର କଣ ସାହି ପଡ଼ିଶା ଙ୍କ ଆଖିରେ ଭାରିଯାଉଛି ଲୁହ । ଆମେ ସେହି କୁନି ପିଲା କଥା କହୁଛୁ ଯାହାର ନାଁ ତ୍ରିନାଥ । ବୟସ ଏକ ବର୍ଷ , କଅଁଳ ମୁହଁ କୁ ଡଉଲ ଡାଉଲ ଚେହେରା ରେ ସମସ୍ତଙ୍କୁ ଆକର୍ଷିତ ବି କରୁଛି । ହେଲା ଆଜି ବି ସେ ଆଧା ଗଢ଼ା ହୋଇରହିଛି । ଦର୍ଶକ ବନ୍ଧୁ ଆମେ ଦେଖାଉଥିବା ଏହି କୋହଭରା ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଗରଜଙ୍ଗା ପଞ୍ଚାୟତ ର ବଡ଼ପାଳ ଡିଆ ଗ୍ରାମର । ସେହି ଗ୍ରାମ ସୂର୍ଯ୍ୟକାନ୍ତ ନାୟକ ଓ ପତ୍ନୀ ଆରତୀ ଙ୍କ ବିବାହ କୁ ଦୀର୍ଘ ବର୍ଷ ବିତିଯାଇଥିଲେ ବି ଭଗବାନ କୋଳକୁ ପିଲାଟିଏ ଦେଇନଥିଲେ । ସୂର୍ଯ୍ୟକାନ୍ତ ଗରିବ ହୋଇଥିଲେ ବି ଅଭାବ ଅନାଟନ ଭିତରେ ପିଲାଟିଏ ପାଇବା ପାଇଁ ପତିପତ୍ନୀ ବହୁ ମଠ ମନ୍ଦିର ଯାଇଛନ୍ତି , ଠାକୁରଙ୍କ ପାଖରେ ଗୁହାରି କରିଛନ୍ତି । ଶେଷରେ ଭଗବାନ କୋଳକୁ ପିଲାଟିଏ ଦେଲେ ଯେ ସେ ଅଧା ଗଢ଼ା । ପିଲାର ପରିସ୍ରା ବାଟ ନଥିବା ହେତୁ ଜନ୍ମ ହେଉ ହେଉ କେନ୍ଦ୍ରାପଡ଼ା ରୁ କଟକ ବଡ ମେଡିକାଲ ନେଇଯିବାକୁ ହୋଇଥିଲା । ଗୋଟିଏ ବୋଲି ଏକୋଇଳ ବାଳା ବିସିକେଶନ କୁ ଭଲ କରିବା ପାଇଁ ଧାର ଉଦ୍ଧାର କରି ଲକ୍ଷାଧିକ ଟଙ୍କା ପାଣି ଭଳି ଖର୍ଚ୍ଚ କରିଛନ୍ତି । ହେଲେ ଅସ୍ତ୍ରୋପ୍ରଚାର ପାଇଁ ଆହୁରି ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ପଡିବାରୁ, ପୁରା ପରିବାର ନିରାଶ ହୋଇ ଫେରିଛନ୍ତି । ଯିଏ ଗରିବ ତା ପାଇଁ ଭଗବାନ କାଇଁ ଏତେ ନିଷ୍ଠୁର ହୁଅନ୍ତି କେଜାଣି , ଧର୍ଯ୍ୟ ପରୀକ୍ଷା ଦେଇ ଦେଇ ସୂର୍ଯ୍ୟକାନ୍ତ ଓ ତାଙ୍କ ପତ୍ନୀ ଓ ବୃଦ୍ଧ ବାପା ମା ନୟାନ୍ତ ହୋଇସାରିଲେଣି । ସାହି ପଡିଶା ଓ ଗାଁ ଲୋକ ମାନଙ୍କ କିଛି କିଛି ସହାୟତା ରାଶି କୁ ନେଇ ମାସକୁ ଥରେ କଟକ ଡାକ୍ତରଖାନା ଯିବା ବି ସମ୍ଭବ ହେଉନି । ଏନେଇ ଗ୍ରାମବାସୀ ମାନେ ବି ଦୁଃଖଭରା କଣ୍ଠରେ କଣ କହୁଛନ୍ତି ଆସନ୍ତୁ ଦେଖିବା ।କୁନି ପୁଅ ତ୍ରିନାଥ କୁ ଭଲ କରିବା ପାଇଁ ବାପା ମା ଓ ପରିବାର ସମେତ ପଡୋଶୀ ବି ଆକୁଳ ନିବେଦନ କରିଛନ୍ତି । ଆମ ଓଡିଶା ହାଲଚାଲ ଚ୍ୟାନେଲ ପକ୍ଷରୁ ସରକାରଙ୍କୁ ନିବେଦନ ଯଦି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପିଲାର ଚିକିତ୍ସା ପାଇଁ ବନ୍ଦୋବସ୍ତ କରାଯିବ ତ ସେ ସୁସ୍ଥ ହୋଇ ତାର ସୁନ୍ଦର ଭବିଷ୍ୟତ ଗଢିପାରନ୍ତା । ଯଦି କେହି ସହୃଦୟ ବ୍ୟକ୍ତି କୁନି ପୁଅ ତ୍ରିନାଥ କୁ ସହାୟତା କରିବା ପାଇଁ ଚାଁହୁଚନ୍ତି ତ, ଏହି ବ୍ୟାଙ୍କ ଆକାଉଣ୍ଟ ନଂ ରେ ପଠାଇ ପାରିବେ।