କୁଡୁମୁଲୁଗୁମ୍ମା ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

18

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : କୁଡୁମୁଲୁଗୁମ୍ମା ସ୍ଥିତ ଦେୱ।ନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ପ୍ରଥମ ଥର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ସୁମନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ସରକାରୀ ଓକିଲ ସରୋଜ କୁମାର ସାହୁ, ଓକିଲ ବିଷ୍ଣୁ ପ୍ରସାଦ ନାଲ୍ଲା, ମୁଖ୍ୟ କିରାଣୀ ଅନୀଲ ଚନ୍ଦ୍ର ପ୍ରେମ୍, ବରିଷ୍ଠ କିରାଣୀ ବୃନ୍ଦାବନ ପଣ୍ଡା, ସ°ଗ୍ରାମ ମହାରଣା, ସୁପ୍ରିୟା ରାୟ°କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତରେ ସର୍ବମୋଟ ୩୨ ଗୋଟି ମାମଲାର ଫଏସଲା ହୋଇଥିଲା ବେଳେ ଦାଏର କେଶରେ ଜଡ଼ିତ ଆରୋପି ମାନଙ୍କ ଠାରୁ ସମୁଦାୟ ଟ- ୫୩୪୦୦/- ଟଙ୍କାର ଜୋରିମାନା ରସିଦ ଆକାରରେ ଆଦାୟ କରାଯାଇଥିଲା । ଉକ୍ତ ୩୨ ଗୋଟି ମାମଲା ମାନଙ୍କ ମଧ୍ୟରେ FRT – ୧୪ ଗୋଟି ,UC – ୧୬ ଗୋଟି ଓ GR – ୦୨ ଗୋଟି ମାମଲାର ଶୁଣାଣି ଓ ଫଏସଲା ହୋଇଥିଲା । ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ମାମଲା ଗୁଡ଼ିକର ବିଚାରଣା ଓ ହୋଇଥିବାରୁ ଗରୀବ ଓ ଆର୍ଥିକ ସ୍ତରରେ ଦୁର୍ବଳ ବ୍ୟକ୍ତି ମାନେ ବାରମ୍ବାର ଅଦାଲତକୁ ଦୈଡିବା ଓ ଅତ୍ୟଧିକ ଖର୍ଚ୍ଚାନ୍ତରୁ ରକ୍ଷା ପାଇବା ସହ ଉକ୍ତ ଫଏସଲାରେ ଖୁସି ଜାହିର କରିଛନ୍ତି । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More