କୁଡୁମୀ ସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ କୁଶପୁତଳିକା ଦାହ

17

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) :- ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଠାରେ କୁଡୁମୀ ସେନା ଆନୁକୂଲ୍ୟରେ ଟାଉନ ସଭାପତି ଭଜହରି ମହାନ୍ତ ଓ ରାଜ୍ୟ ମହିଳା ସଭାପତି ସୁଜାତା ମହାନ୍ତ ପରିଚାଳନାରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଛକ ଠାରୁ ବିଶାଳ ଶୋଭାୟାତ୍ରାରେ ବାହାରି କଚେରୀ ପାଖ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସେଠାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କର କୁଶପୁତଳିକା ଦାହ କରିଥିଲେ lସେମାନଙ୍କ ବକ୍ତବ୍ୟ ଅନୁୟାୟୀ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କୁଡୁମୀ ଜାତି ପ୍ରତି ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ସେଥିରେ ସମଗ୍ର କୁଡୁମୀ ଜାତିର ନିନ୍ଦା ହୋଇ ଥିବାରୁ ତାଙ୍କର କୁଶପୁତଳିକା ଦାହ କରିଛନ୍ତି l ସେ କହିଛନ୍ତି କୁଡୁମୀ ଜାତି ଶହେ ବର୍ଷ ଆନ୍ଦୋଳନ କଲେ ମଧ୍ୟ ଏସଟି ତାଲିକାରେ ଅର୍ନ୍ତଭୁକ୍ତ ହୋଇପାରିବେ ନାହିଁ , କିନ୍ତୁ କୁଡୁମୀମାନେ ୧୯୧୩ ମସିହାରେ ଏସଟି ତାଲିକାରେ ଥିଲେ । ମାତ୍ର ସ୍ବାଧୀନତା ପରେ ରାଜନୈତିକ ଚକ୍ରାନ୍ତରେ ସେମାନଙ୍କୁ ଏସ,ଟି ତାଲିକାରୁ ବାଦ କରାଗଲା lସେଥିପାଇଁ ସେମାନେ ଦୀର୍ଘ ଦିନରୁ ଆନ୍ଦୋଳନ ଜାରି ରଖିଛନ୍ତି lସେମାନଙ୍କର ଲଢେଇ ଜାତି ପାଇଁ କିନ୍ତୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଜାତି ବିରୋଧୀ ମନ୍ତବ୍ୟ ଦେଇ ସମସ୍ତଙ୍କର ହୀନର ପାତ୍ର ହୋଇଛନ୍ତି lକୁଡୁମୀ ଜାତି ମାନଙ୍କର ସଂଗ୍ରାମ କେବଳ ଆଜିର ନୁହେଁ ବରଂ ଦୀଘ୍ର ଦିନରୁ ଜାତି ପାଇଁ ସଂଗ୍ରାମ କରିଆସୁଛନ୍ତି lକିନ୍ତୁ ମନ୍ତ୍ରୀ ଯେଉଁଭଳି ସମାଲୋଚନା କରିଛନ୍ତି ଫଳସ୍ବରୂପ ସମସ୍ତେ ହାୟ ହାୟ କରୁଛନ୍ତି lଏଥିରେ କୁଡୁମୀ ଜାତି ପକ୍ଷରୁ ସାଧୁ ମହାନ୍ତ,ଦିନେଶ ମହାନ୍ତ,ବରୁଣ କୁମାର ମହାନ୍ତ ,ସୌଭାଗ୍ୟ ମହାନ୍ତ,ନିରୂପମା ମହାନ୍ତ,ପ୍ରେମଲତା ମହାନ୍ତ,ବିମଳା ମହାନ୍ତ,ସୁଭଦ୍ରା ମହାନ୍ତ,ଶାନ୍ତି ମହାନ୍ତ,ଗୌରି ମହାନ୍ତ,ସୁକୁମାରୀ ମହାନ୍ତ,କମଳିନୀ ମହାନ୍ତ ଓ ଭବାନୀ ମହାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More