କୁଡୁମୀ ସଂପ୍ରଦାୟ ଛାତ୍ରଛାତ୍ରୀଙ୍କ ମେଧା ସମ୍ବର୍ଦ୍ଧନା ଉତ୍ସବ ପାଳିତ

26

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ସ୍ବାଧୀନତା ର ୭୭ ତମ୍ ପୂର୍ତ୍ତି ଅବସରରେ ରାଇରଙ୍ଗପୁର କୁଡୁମୀ ଭବନ ଠାରେ ପଛୁଆବର୍ଗ ନବମ ଓ ଦଶମ୍ ଶ୍ରେଣୀ ର ଛାତ୍ରଛାତ୍ରୀଙ୍କୁ ଉତ୍ସାହ ବୃଦ୍ଧି କରିବା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କୁଡୁମୀ ସଂପ୍ରଦାୟର ମେଧା ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୁଡୁମୀ ସେନା ରାଜ୍ୟ ସଭାପତି ଜୟ ମୁନୀ ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବାଳିକା ବିଦ୍ୟାଳୟ ଶିକ୍ଷୟତ୍ରୀ ରୁଷି ପ୍ରଭା ମହାନ୍ତ ଓ ରାଜ କୁମାର ମହନ୍ତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ ସୁବାସ ଚନ୍ଦ୍ର ମହାନ୍ତ , କ୍ଷୀରଦ ଚନ୍ଦ୍ର ମହାନ୍ତ , ଯୀତ ମୋହନ ମହାନ୍ତ , ବରୁଣ ମହାନ୍ତ , ରାଜାରାମ୍ ମହାନ୍ତ , ଚୈତନ୍ଯ ମହାନ୍ତ , ଜିତେନ୍ ମହାନ୍ତ , ନୀରୁପୋମା ମହାନ୍ତ , ଅଞ୍ଚଳା ମହାନ୍ତ , ସୁଜତା ମହାନ୍ତ , ସୌଭାଗ୍ଯ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।କୁଡୁମୀ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଭୁକ୍ତ ୪ ଟି ବିଦ୍ୟାଳୟ ର ୧୨ ଜଣ କୁଡୁମୀସଂପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବ ରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ । ଅଭି ଭାବକ ମାନେ ଉକ୍ତ ସମ୍ବର୍ଦ୍ଧନା ଉତ୍ସବ କୁ ଖୁବ୍ ସୁନ୍ଦର ଭାବରେ ଆୟୋଜନ କରିବାରୁ ଆୟୋଜ ମାନଙ୍କୁ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More