କୁଡୁମି ଭଵନରେ କଂଗ୍ରେସ ଦଳ ତରଫରୁ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ

16

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଭାରତର ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁରସ୍ଥ କୁଡୁମି ଭବନ ପରିସରରେ ମୟୂରଭଞ୍ଜ ଜିଲ୍ଲାର ନବ ନିଯୁକ୍ତ ଏସ ସି ସେଲ ସଭାପତି ଶ୍ରୀ ଭାଗିରଥୀ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ ଶ୍ୟାମ ଚରଣ ହାଁସଦା, ଅଧିବକ୍ତା ବିଶ୍ଵନାଥ ଦାସ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ରମେଶ ହାଁସଦା,ଯୁବ କଂଗ୍ରେସ ନେତା ଭଜହରି ମହାନ୍ତ, ବୀରେନ୍ଦ୍ର ମାଝୀ,ଶ୍ରୀହରି ପାତ୍ର,ଶଙ୍କର ଲାଲ କ୍ଷେତ୍ରୀ,ଶିବନାଥ ମୁର୍ମୁ,ଶିଶୁପଦମହାନ୍ତ,ବିନୟ ମହାନ୍ତି,,ଲଙ୍ଗ ଚରଣ ମାର୍ଣ୍ଡୀ,ଦୀନେଶ ପରିଡ଼ା, ଦୁର୍ଲ୍ଲଭ ମାଝୀ,କାମେଶ୍ଵର ସୋରେନ,ଆନପା ସୋରେନ,ମହମ୍ମଦ ଇନ୍ତେକାମଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ସ୍ମୃତି ଚାରଣ ସଭାରେ ଅତିଥିଗଣ ଆମ୍ବେଦକରଙ୍କ ଜୀବନଚର୍ଯ୍ଯା ଉପରେ ଆଲୋକପାତ କରିଥିଲେ ।ତାଙ୍କର ବଳିଷ୍ଠ କଲଣି ଚାଲନା ଓ ସମ୍ବିଧାନ ଲେଖା ଯୋଗୁଁ ଆଜି ଭାରତ ବିଶ୍ବରେ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାଵେ ଗଣିତ ହେଉଛି।ସେ ଥିଲେ ଜଣେ ସମାଜ ସଂସ୍କାରକ ।ତାଙ୍କରି ମହାନ ଆଦର୍ଶରେ ଆମେ ପରିଚାଳିତ ହେଲେ ଆମ ସଂସ୍କୃତି ବଂଚିବା ସହ ଭାଇଚାରାରର ସୌହାର୍ଦ୍ଦ୍ୟ ରହିବ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More