କୁଖ୍ୟାତ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଡକାଯତି ଉଦ୍ୟମକୁ ପଣ୍ଡକଲା ଉଦଳା ପୋଲିସ, ୪ ଅଭିଯୁକ୍ତ ଗିରଫ

21

Get real time updates directly on you device, subscribe now.

ଉଦଳା(ସଂଘର୍ଷ ମିଡିଆ) : – ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉଦଳା ଉପଖଣ୍ଡରେ ବିଭିନ୍ନ ସମୟରେ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଯାଉ ଥିବା ଲୋକଙ୍କ ପିଛା କରି ଅନ୍ତଃରାଜ୍ୟ ପୋଲସର ଲୁଟେରା ଦିବାଲୋକରେ ଲୁଟ କରି ଚମ୍ପଟ ମାରି ଖସି ପଳାଉଥିବା ବେଳେ ପୋଲିସ ଟ୍ରାକ କରି ଧରିବାରେ ସଫଳ ହୋଇଛି l ମୋଟା ମୋଟି ଦେଖିବାକୁ ଗଲେ ଏମାନେଙ୍କୁ ସବୁ ସୂଚନା କିଏ ଦେଉଛି ଏହିଭଳି ପ୍ରଶ୍ନ ଉଙ୍କି ମାରୁଛି? ଏହିପରି ବିଭିନ୍ନ ସନ୍ଦେହ ଘେରରେ ରହିଥିବା ବେଳେ ବିଭିନ୍ନ ସମୟରେ ଏମାନେ ବଡ଼ ଧରଣର ଡକାୟତି କରିବା ପାଇଁ ଯୋଜନା ଚଳାଇଥିଲେ ଠିକ ଏହି ସମୟରେ ଏହାର ସୁରାକ ପାଇ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖବର ପାଇ ଚଢ଼ାଉ କରିଥିଲା ଉଦଳା ପୋଲିସ । ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଏବେ ପୋଲିସ କବଜାରେ ଚାରି ଆନ୍ତଃରାଜ୍ୟ ଡକାୟତ । ସୂଚନା ମୁତାବକ ବିଳମ୍ବିତ ରାତିରେ ଉଦଳା ସ୍ମଶାନ କାଳୀ ଛକ ନିକଟରେ ୫ ଜଣ ଯୁବକ ବଡ଼ ଧରଣର ଡକାୟତି ନିମନ୍ତେ ଯୋଜନା କରୁଥିଲେ । ଏହି ସମୟରେ ଉଦଳା ପୋଲିସ ସେଠାରେ ଚଢ଼ାଉ କରି ମାଡିବସି ଥିଲା । ପୋଲିସକୁ ଦେଖି ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଚାରି ଜଣ ଡକାୟତକୁ କାବୁ କରି ପୋଲିସ ଗିରଫ କରିଛି । ଗିରଫ ଡକାୟତଙ୍କ ନିକଟରୁ ତିନି ଗୋଟି ବାଇକ, ପାଞ୍ଚଟି ମୋବାଇଲ, ଭୁଜାଲି, ଛୁରୀ, ଶାବଳ ସହିତ ନଗଦ ଅଠଚାଳିଶ ହଜାର ଟଙ୍କା ଜବତ କରିଛି ଉଦଳା ପୋଲିସ । ଏହି ଡକାୟତ ମାନଙ୍କ ନାମରେ ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଗଞ୍ଜାମ ଜିଲ୍ଲାରେ ଅନେକ ଥାନାରେ ଡକାୟତି ମାମଲା ରହିଥିବା ପୋଲିସ ତଦନ୍ତରୁ ଜଣl ପଡିଛି । ଏଥି ସହିତ ଡକାୟତମାନେ ପୂର୍ବରୁ ଉଦଳା ଅଂଚଳରେ ହୋଇଥିବା ୬ ରୁ ଅଧିକ ଡକାୟତି ଏବଂ ଲୁଟ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଗିରଫ ଆନ୍ତଃଜିଲ୍ଲା ଡକାୟତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଂଚଳର ବିନୋଦ ଦାସ, ଶିବ ଦାସ, ଶାରଦ ଥାନା ଅଂଚଳର ରବି ରାଓ ଏବଂ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ଦୀପକ ପ୍ରଧାନ । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଗଞ୍ଜାମ ଜିଲ୍ଲା ମାନଙ୍କ ରେ ବିଭିନ୍ନ ଥାନା ରେ 20 ରୁ ଅଧିକ ମାମଲା ରୁଜୁ ହୋଇଥିବା ଜଣା ପଡିଛି l ଗିରଫ ଅଭିଯୁକ୍ତ ମାନଙ୍କୁ ପୋଲିସ କୋର୍ଟ ଚାଲାଣ କରି ଘଟଣାର ଅଧିକ ତଦନ୍ତ କରୁଛି ଏବଂ ଉଦଳା ପୋଲିସ କୁ ବଡ ଧରଣର ସଫଳତା ମିଳିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି l ମୟୁରଭଞ୍ଜ ଉଦଳାରୁ ଅଭିଷେକ ନାୟକଙ୍କ ରିପୋର୍ଟ ସଂଘର୍ଷ ନିୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More