କୁକୁର ପଲ ଆକ୍ରମଣରେ ୨୦ ମେଣ୍ଡା ମୃତ

36

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରିଗୁଡା ଗ୍ରାମ ଚିଙ୍ଗୁଡ଼ିବନ୍ଧ ନିକଟରେ ଚରିବାକୁ ଯାଇଥିବା ମେଣ୍ଡା ପଲକୁ ବୁଲା କୁକୁର ମାନେ ଆକ୍ରମଣ କରି ମାରି ଦେଇଥିବା ଦେଖିବାକୁ ମିଳିଛି। ପ୍ରାୟ ୨୦ ଟି ମେଣ୍ଡାକୁ କୁକୁର ମାନେ ଗୋଡ଼ାଇ ଗୋଡ଼ାଇ ମାରି ଦେଇଥିବା ନେଇ ମେଣ୍ଡା ଚରାଇବାକୁ ଆଣିଥିବା ସୋମେଶ୍ୱର ଶବର କହିଛନ୍ତି , କୁକୁର ମାନେ ଏତେ ଦୁର୍ଦାନ୍ତ ଥିଲେ ଯେ ଜୀବନ ବିକଳରେ ସେ ଏକ ଗଛ ଉପରେ ଚଢି ଜୀବନ ରକ୍ଷା କରିଛନ୍ତି । ଗମ୍ଭାରୀଗୁଡା ଗ୍ରାମର ମେଣ୍ଡା ଚାଷୀ ସୋମେଶ୍ୱର ଶବର ,ବନିତା ଶବର ଜୟନ୍ତୀ ପଟେଲ ପ୍ରକାଶ ଶବରଙ୍କ ମେଣ୍ଡା ରହିଥିବା ଜଣାପଡିଛି। ତେବେ କ୍ଷତିପୂରଣ ପାଇଁ ପରିବାର ପକ୍ଷରୁ ପ୍ରଶାସନ ପାଖରେ ଦାବି କରିଛନ୍ତି । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More