କୁକୁଡ଼ା ଲଢେଇ ଜୁଆ ବେଳେ ପୋଲିସର ଚଢ଼ାଉ

17

Get real time updates directly on you device, subscribe now.

ରାଜଗାଙ୍ଗପୁର(ସଂଘର୍ଷ ମିଡିଆ) : – ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ପୋଲିସ ଦ୍ୱାରା କୁକୁଡ଼ା ଲଢେଇ ଏବଂ ଖୁଡ଼ଖୁଡି ଜୁଆ ଖେଳ ଉପରେ ଅତର୍କିତ ଚଢ଼ାଉ l ସୂଚନା ମୁତାବକ ମାଲିଡିହି ଗ୍ରାମ ପତ୍ରା ଟୋଲୀ ରେ କୁକୁଡ଼ା ଜୁଆ ଖେଳ ଚାଲିଥିବା ବେଳେ ରାଜଗାଙ୍ଗପୁର ପୋଲିସ ଅଧିକାରୀ ଶ୍ରୀ ବିଭସ୍ତ ପ୍ରଧାନଙ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲେ l ଖବର ପାଇ ପୋଲିସ ଏକ ଟିମ ଗଠନ କରି କୁକୁଡ଼ା ଜୁଆ ଖେଳ ଆଡ୍ଡା ରେ ପହଂଚି ଥିଲେ l ସେଠାରେ ଖେଳାଡି ମାନେ ଖେଳ ରେ ମାତି ରହିଥିବା ଦେଖି ଚାରି ପଟେ ଘେରି ଛତିଶ ଜଣ ଜୁଆଡ଼ି, ୬ଟି କୁକୁଡ଼ା, ତେରଟି ମୋଟର ସାଇକେଲ, ଅଠେଈଶଟି ମୋବାଇଲ, ଗୋଟେ ବୋଲେରୋ ଏବଂ ଗୋଟିଏ ସୁଇପ୍ଟ କାର ସହ ନଗଦ ଆଣତିରିଶ ହଜାର ଏକ ଶହ ନବେ ଟଙ୍କା ଜବତ କରି ଥିଲେ l ଏ ନେଇ ପୋଲିସ ପକ୍ଷ ରୁ ଥାନା ପରିସର ରେ ଏକ ପ୍ରେସ ମିଟ କରାଯାଇଥିଲା l sdpo ଅଭିଷେକ ପାଣିଗ୍ରାହୀ, ଥାନା ପ୍ରଭାରୀ ଵିଵସ୍ତ ପ୍ରଧାନ ସବଇନ୍ସପେକ୍ଟର ଖଗପତି ବିଶ୍ୱାଳ ଆରୋପି ଏବଂ ଜବତ କରିଥିବା ସାମଗ୍ରୀର ସୂଚନା ପ୍ରେସଙ୍କୁ ଦେଇଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More