କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

46

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : – ଜଗତସିଂହପୁର ବ୍ଳକ ଆତ୍ମା ଆନୁକୂଲ୍ୟରେ ବାଡି ଅଗଣା ରେ କୁକୁଡ଼ା ପାଳନ ନିମନ୍ତେ କୁକୁଡ଼ା ଚିଆଁ ବଣ୍ଟନକାର୍ଯ୍ୟକ୍ରମ 2020-21 ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ. ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଥିଲେ କରୋନା ମହାମାରୀ ରେ ସାଧାରଣ ଚାଷୀ,ଖୁଦ୍ର ଚାଷୀ ମାନଙ୍କର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ବିଭିନ୍ନ ପ୍ରକାର ଚାଷୀ ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଯୋଜନା ମାନ କରିଛନ୍ତି।ଯାହାଫଳରେ ଚାଷୀ ମାନେ ବିଭିନ୍ନ ଚାଷ ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବେ।ତେବେ ତାହା ମଧ୍ୟରେ କୁକୁଡ଼ା ଚାଷ ଅନ୍ୟତମ।ତେବେ ଆଜି ବିଧାୟକ ଶ୍ରୀଯୁକ୍ତ ମୁଦୁଲି ଖୁଦ୍ର ଚାଷୀ ମାନକୁ 10ଟି ଲେଖାଏଁ କଲର ବାର୍ଡ ପ୍ରଜାତିର କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ।ସମ୍ମାନିତ ଅତିଥିଭାବେ ଡେ଼ପୁଟି ଡ଼ାଇରେକ୍ଟର ବିକ୍ରମ ଆଚାର୍ଯ୍ୟ, ଆତ୍ମା କନଭେନର ରମେଶ ଚନ୍ଦ୍ର ନନ୍ଦ,ଜଗତସିଂହପୁର ବ୍ଳକ ଆତ୍ମା ଅଧ୍ୟକ୍ଷ ବାବୁଲି ସାହୂ ଯୋଗ ଦେଇ କୁକୁଡ଼ା ଚାଷ ସମ୍ପର୍କରେ ଵିସ୍ତୃତ ଭାବେ ଆଲୋଚନା କରିଥିଲେ।ଏହିକାର୍ଯ୍ୟ କ୍ରମରେ ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର,ଛାତ୍ରବିଜେଡି ସଭାପତି ସମିତ କୁମାର ଲେଙ୍କା,ପୋୖରାଞ୍ଚଳ ସାଧାରଣ ସମ୍ପାଦକ ବାପୁ ରାଉତ,ଯୁବବିଜେଡି ଉପସଭାପତି ଗୌରପ୍ରସାଦ ମହାନ୍ତି, ଆଇଟି ସଂଯୋଜଜକ ରତିରଞ୍ଜନ ବେହେରା,ବରିଷ୍ଠ ବିଜେଡି କର୍ମକର୍ତା ଦିପ୍ତୀ ଦାସ,ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ପୂର୍ବତନ ପୋୖରାଧ୍ୟକ୍ଷ ମଧୁସୂଦନ ସାହୂ,ସାଧାରଣ ସମ୍ପାଦକ ପ୍ରମୂଖ ରାଉତ ପ୍ରମୂଖ ଯୋଗଦେଇ ଉପସ୍ଥିତ କୁକୁଡ଼ା ଚାଷୀଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମକୁ ସହକାରୀ ପ୍ରାଣୀ ଚିକିତ୍ସକ ଡ଼. ଲୋପାମୁଦ୍ର ମହାନ୍ତି, ବରିଷ୍ଠ କିରାଣୀ ପ୍ରମୋଦ କୁମାର ସ୍ବାଇଁ, ପ୍ରାଣୀ ଧନ ନିରୀକ୍ଷକ ଗୁରୁପ୍ରସାଦ ଦାଶ, ପ୍ରଶାନ୍ତ କୁମାର ପୃଷ୍ଟି ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More