ପାଟଣା ( ସଂଘର୍ଷ ମିଡିଆ ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡାରେ ଗୁରୁବାର କୀଟନାଶକ ପିଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, କସ୍ତୁରୀ ପାତ୍ର(୪୦) ନାମ୍ନି ଜଣେ ମହିଳା କୀଟନାଶକ ପିଇ ପ୍ରାଣ ହରାଇଛନ୍ତି। କୀଟନାଶକ ପିଇ ଗୁରୁତର ହୋଇଥିବା ମହିଳାଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନା ଓ ସେଠାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ପାଟଣା ପୁଲିସ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଇ ମୃତ ମହିଳାଙ୍କ ଶବ ବ୍ୟବଛେଦ କରାଇଛି। ଏ ନେଇ ପାଟଣା ଥାନାରେ ଏକ ଅପ ମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।
Get real time updates directly on you device, subscribe now.
Prev Post
କରୋନା ଲକ୍ଡ଼ାଉନ ସମୟରେ ସାରା ବିଶ୍ଵରେ ଟିକ୍ ଟକ୍ ଆପ୍ ୨୦୦ କୋଟି ଥର ଡ଼ାଉନଲୋଡ଼ ହୋଇଛି, ଭାରତ ସବୁଠୁ ଆଗରେ
Next Post