କିଶନନଗର ତହସିଲ ଅଫିସ ଘେରାଉ କଲେ କ୍ଷତିଗ୍ରସ୍ତ ଚାଷୀ

20

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡି ରହିବାରୁ ବ୍ୟାପକ ଧାନ ଫସଲ ନଷ୍ଟ ହେବାସହ ଚାଷୀ ମାନଙ୍କର ପ୍ରସ୍ତୁତ ତଳି ପଟାଳି ଗୁଡିକ ପାଣିରେ ବୁଡି ରହି ପଚି ସଢ଼ୀ ନଷ୍ଟ ହୋଇଯାଇଛି । ଏହାର କ୍ଷତି ପୂରଣ ଓ ସହାୟତା ଦାବିରେ ଆଜି କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନେ ସମିତି ସଭ୍ୟ ଲିଆକତ ଅଲ୍ଲୀ ଖାଁଙ୍କ ନେତୃତ୍ୱରେ କିଶନନଗର ତହସିଲଅଫିସ ଘେରାଉ କରିବା ସହ ପ୍ରତିବର୍ଷ ଲାଗିରହିଥିବା ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଥିଲେ । ଏ ସଂକ୍ରାନ୍ତରେ କ୍ଷତିଗ୍ରସ୍ତ ଜଗନ୍ନାଥ ପୁର, ଇଷାଣୀ ବ୍ରହ୍ମପୁର, ବାଲି ଶୁକ୍ରୀ, ପ୍ରହରାଜ ପୁର, ତରଳି ପଡା, ମଂଗଦେଇ ପୁର ଆଦି ମୌଜାର ଚାଷୀମାନେ ତହସିଲଦାରଙ୍କୁ ସେମାନଙ୍କ ଦାବି ପତ୍ର ପ୍ରଦାନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More