ନୂଆପଡା ନୂଆପଡା ( ସଂଘର୍ଷ ମିଡିଆ ) : ଜିଲ୍ଲା ବୋଡେ଼ନ ବ୍ଲକ କରଙ୍ଗାମାଲ ପଂଚାୟତ ଏବଂ ଲରକା ପଂଚାୟତରେ କିରାସିନ ବଣ୍ଟନ ରେ ଅନିଅମିତତା ଅଭିଯୋଗ ହୋଇଛି । ଏନେଇ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏହାର ସତ୍ୟତା ଜାଣିବା ପାଇଁ ବୋଡେ଼ନ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । କାର୍ଯ୍ୟାଳୟକୁ ଯାଇ ଯୋଗାଣ ଅଧିକାରୀଙ୍କୁ ପଚରା ଉଚରା କରିଥିଲେ । ପ୍ରକାଶ ଥାଉ କି କରଙ୍ଗମାଳ ପଂଚାୟତରେ ଗତ ୩୦, ୦୭, ୨୦୧୯ କିରୋସିନ ପ୍ରଦାନ କରାଯାଇଥିବା ବେଲେ ଏକ ବର୍ଷ ଭିତରେ ଗତ ୧୩.୦୭, ୨୦୨୦ ରେ ପୁଣି କିରାସିନି ଦିଆଯାଇଛି କିନ୍ତୁ ବାକି ଏକ ବର୍ଷର କିରାସିନି କୁଆଡେ ଗଲା ସେନେଇ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୋଡେ଼ନ ଯୋଗାଣ ଅଧିକାରୀ ଡିଲର ଆରିଫ ମହମଦଙ୍କୁ ପ୍ରତି ମାସର କିରାସିନି ପ୍ରଦାନ କରାଯାଇଛି । ହେଲେ ଡିଲର କାହିଁକି ପଂଚାୟତକୁ ଯୋଗାଣ କରିନାହାନ୍ତି ତାହା ଉପରେ ତଦନ୍ତ କରାଯାଉଛି ବୋଲି ବିଧାୟକଙ୍କୁ କହିଥିଲେ । ବୋଡେ଼ନ ବିଡ଼ିଓ ପୁର୍ଣଚନ୍ଦ୍ର ଭୋଇ ବିଧାୟକଙ୍କ ଅଭିଯୋଗ କ୍ରମେ ଡିଲର ଆରିଫ ମହମଦଙ୍କ ଗୋଦାମକୁ ଚଢ଼ାଉ କରିଥିଲେ । ହେଲେ ଡିଲର ମଧ୍ୟ କୌଣସି ଠୋସ ଉତ୍ତର ଦେଇନଥିଲେ l ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଧାୟକ କହିଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ଦେଇଛନ୍ତି ।