କିନ୍ନର ସଂଘର ସଦସ୍ୟ ମାନଙ୍କୁ ନେଇ ଦକ୍ଷତା ନିର୍ମାଣ ନିମନ୍ତେ ବୈଠକ ଅନୁଷ୍ଠିତ

96

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସ୍ଥାନୀୟ ଗାନ୍ଧୀନଗର ତପୋବନ ପରିସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରାୟଗଡ଼ାରୁ ଆସିଥିବା ମା ମାଝୀ ଗୌରୀ ସଂଘଠନର ମୁଖ୍ୟ ପିଙ୍କି ମାଙ୍କ ସଭାତିତ୍ବରେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସଦସ୍ୟ ମାନଙ୍କୁ ନେଇ ଦକ୍ଷତା ନିର୍ମାଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଜିଲ୍ଲାର କିନ୍ନର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ସଭାରେ କିନ୍ନର ସଂଘର ସଭାପତି କାଜୋଲ କିନ୍ନର ଏବଂ ସମ୍ପାଦକ ଚୂମୁକି କିନ୍ନର ବର୍ଷ ତମାମ କିନ୍ନର ସଂଘର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା କିନ୍ନର ସଂଘ ହେବା ପର ଠାରୁ ଯେଉଁ କିନ୍ନର ସରକାରଙ୍କ ଯୋଜନା ମୁତାବକ ଚାଉଳ ଏବଂ ପେନସନ ପାଉ ନଥିଲେ ସେମାନଙ୍କୁ ତାହା ପ୍ରଦତ୍ତ କରାଗଲା ବୋଲି ସୂଚନା ଦେଇଥିଲେ। ସେହିପରି ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କ ପାଇଁ ଶ୍ରମିକ ପରିଚୟ ପତ୍ର କରାଗଲା ଏଥି ସମେତ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ବେସରକାରୀ ବସ ରେ କିନ୍ନର ମାନଙ୍କ ପାଇଁ ପାସ ର ବ୍ୟବସ୍ଥା କରାଯାଇଛି । ଉଜ୍ଵଳା ଯୋଜନାରେ ଅଳ୍ପ କେତେକ କିନ୍ନର ମାନେ ଗ୍ୟାସ ଏବଂ ଚୁଲା ପାଇଥିବା ବେଳେ ଅନ୍ୟ ମାନଙ୍କ ପାଇଁ ଆବେଦନ କରାଯାଇଛି ଏବଂ ଏହାର ସମାଧାନ ଖୁବ୍ ଶୀଘ୍ର କରାଯିବା ନେଇ ପ୍ରୟାସ କରାଯାଉଛି ବୋଲି ସଭାରେ ଉପସ୍ଥିତ ଅତିଥି ମାନଙ୍କୁ ସୂଚନା ଦିଆଗଲା। ସରକାରଙ୍କ ତରଫରୁ କିନ୍ନର ମାନଙ୍କ ପାଇ ବିଭିନ୍ନ ଯୋଜନା ସମ୍ପର୍କରେ ଭୁବନେଶ୍ୱରରୁ ଆସିଥିବା ରୋଜାଲିନ ସାହୁ ବିସ୍ତୃତ ଭାବରେ ଆଲୋଚନା କରିଥିଲେ lଏଥି ସମେତ ସରକାରଙ୍କ ଠାରେ କିନ୍ନର ମାନଙ୍କ ପାଇଁ ଜାଗା ସହ ଗୃହ ଯୋଗାଇଦେବା ନିମନ୍ତେ ଆଗାମୀ ଦିନରେ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଗଲା l ଏଥି ସହିତ ନବରଙ୍ଗପୁର ପୌରପାଳିକା, ଜିଲ୍ଲା ଡାକ୍ତରଖାନା ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ମାନଙ୍କରେ କିନ୍ନର ମାନଙ୍କୁ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବା ନିମନ୍ତେ ସଂପୃକ୍ତ ଅଧିକାରୀ ମାନଙ୍କୁ ଅନୁରୋଧ କରାଯିବା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଗଲା। ଅନ୍ୟମାନଙ୍କ ମଧ୍ୟରେ ଗୁଗୁ କିନ୍ନର, ବର୍ଷା କିନ୍ନର, ଇସ୍ପିତା କିନ୍ନର, ସନା କିନ୍ନର,ଅନିତା କିନ୍ନର,ବୋଇଦି କିନ୍ନର ସମେତ ସଂଘର ଅନ୍ୟ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଯେଉଁ ଜିଲ୍ଲାର କିନ୍ନର ସେହି ଜିଲ୍ଲାରେ ଟୋଲି କରିବେ ବୋଲି ଭୁବନେଶ୍ବର ଠାରେ ଅନୁଷ୍ଠିତ ସଭାରେ ନିଷ୍ପତ୍ତି ନିଆଯାଇଛି ବୋଲି ପିଙ୍କି ମା ଜଣାଇବା ପରେ ଜିଲ୍ଲାର ସମସ୍ତ କିନ୍ନର ଖୁସିବ୍ୟକ୍ତ କରିଥିଲେ। ଆଗାମୀ ଦିନରେ କଳାହାଣ୍ଡି ର ଯେଉଁ କେତେକ କିନ୍ନର ନବରଙ୍ଗପୁର ଜିଲ୍ଲାରେ ବିନା ଅନୁମତିରେ ପ୍ରବେଶ କରୁଥିଲେ ସେମାନେ ଆସିବା ବନ୍ଦ କରିଦେଲେ lନବରଙ୍ଗପୁର ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲା କିନ୍ନର ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ବୋଲି ସଂଘର ସଭ୍ୟ ମାନେ ମତବ୍ୟକ୍ତ କରିଥିଲେ। ଉଭୟ ଜିଲ୍ଲାର କିନ୍ନର ମାନେ ମନ ମାଳିନ୍ୟ ନକରି ଏକାଠି ନିଜ ନିଜ ସମସ୍ୟା ନିଜ ଜିଲ୍ଲାରେ ସମାଧାନ କରିବା ପାଇଁ ପିଙ୍କି ମା ସମସ୍ତଙ୍କୁ ଅନୁରୋଧ କରିଥିଲେ। ସଭା ଶେଷରେ ସଂଯୋଜକ ରୋଜାଲିନ ସାହୁ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More