କିନ୍ନର ମାନଙ୍କ ନିମନ୍ତେ ହସ୍ତଶିଳ୍ପ ଦକ୍ଷତା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

19

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ ) : -ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା କିନ୍ନର ମାନଙ୍କର ଦକ୍ଷତା ବିକାଶ ପାଇଁ ହସ୍ତଶିଳ୍ପ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗଜପତି ଷ୍ଟାଡିୟମ ପାରଳାଖେମୁଣ୍ଡିର ପ୍ରଶିକ୍ଷଣ ଗୃହରେ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା 6 ମାସ ପର୍ଯ୍ୟନ୍ତ ଚାଲିବ। ଏହି କେର୍ଯ୍ୟକ୍ରମରେ ହସ୍ତଶିଳ୍ପ ମଧ୍ୟରୁ ଟେରାକୋଟା,ଚାନ୍ଦୁଆ ପଟ୍ଟଚିତ୍ର, କତା କାମ ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 10 ଜଣ କିନ୍ନର ଙ୍କୁ ଟେରାକୋଟା ଉପରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥିଲା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଅନ୍ୟ 30 ଜଣଙ୍କୁ ଚାନ୍ଦୁଆ, ପଟ୍ଟ ଚିତ୍ର ଏବଂ କତା କାମ ଉପରେ ପ୍ରଶିକ୍ଷଣ ଦେବାର ସୂଚନା ଅଛି। ଏହି କାର୍ଯ୍ୟକ୍ରମ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଏବଂ ହସ୍ତ ତନ୍ତ ଓ ବୟନଶିଳ୍ପ ବିଭାଗ ଓଡ଼ିଶା ସରକାରଙ୍କର ମିଳିତ ଆନୁକୂଲ୍ୟରେ ଆରମ୍ଭ କରା ଯାଇଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶିକ୍ଷକଙ୍କୁ ଗୁରୁତ୍ୱ ଦିଆ ଯିବା କଥା ସୂଚନା ଅଛି।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ କିନ୍ନର ମାନଙ୍କୁ ଆତ୍ମ ନିର୍ଭରଶୀଳ ଲାଗି ଋଣ ରାଶି ଏବଂ ପ୍ରୋତ୍ସ।ହନ ରାଶି ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗ ତରଫରୁ ଯୋଗାଇ ଦିଆଯିବା କଥା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରକାଶ କରିଥିଲେ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ପଵିତ୍ର କୁମାର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ,ରାଜ୍ୟ ପ୍ରକଳ୍ପ ସଂଯୋଜକ, ବୟନ ଓ ହସ୍ତ ଶିଳ୍ପ ବିଭାଗ ପ୍ରମୁଖ ଲୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଗ୍ରହୀ କିନ୍ନର ମାନେ ଯୋଗ ଦେଇ ସରକାର ଏବଂ ଜିଲ୍ଲା ପ୍ରଶାସନର ଏହି ଭଳି ପଦକ୍ଷେପ କୁ ପ୍ରଶଂସା କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More