କିନ୍ନର ପାଳିଲେ ସାବିତ୍ରୀ ବ୍ରତ

10

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଆଜି ପବିତ୍ର ସାବିତ୍ରୀ ବ୍ରତ, ମଥାରେ ଲାଲ ସିନ୍ଦୂର, ହାତରେ ଶଙ୍ଖା, ଫଳମୂଳ, ପୂଜା ସାମଗ୍ରୀ ଧରି ସାବିତ୍ରୀ ବ୍ରତ ପାଳୁଛନ୍ତି ଏମାନେ। ପ୍ରତିଟି ସଧବାଙ୍କ ଭଳି କିନ୍ନର ମାନେ ମଧ୍ୟ ପାଳୁଛନ୍ତି ସାବିତ୍ରୀ । ହେଲେ ଭାବୁଥିବେ ଏମାନଙ୍କର ତ ସ୍ୱାମୀ ନାହାନ୍ତି ଏମାନେ କାହା ପାଇଁ ରଖିଛନ୍ତି ବ୍ରତ, ତେବେ କାହା ପାଇଁ ମାଖିଛନ୍ତି ସିନ୍ଦୂର | ସଧବା ନୁହଁନ୍ତି ହେଲେ ସାବିତ୍ର ବ୍ରତରେ ଗୁରୁଙ୍କ ପାଇଁ ଏମାନେ ପାଳୁଛନ୍ତି ବ୍ରତ | ଗୁରୁଙ୍କ ଦିର୍ଘାୟୁ ମନାସି ନିର୍ଜଳା ଉପବାସ ରଖିଛନ୍ତି | ସଧବା ନ ହେଲେ କଣ ହେଲା ଗୁରୁଙ୍କ ପ୍ରତି ଅସିମ ସମ୍ମାନ ଏମାନଙ୍କୁ ଆଜି ସଧବା ବେଶରେ ସଜାଇ ଦେଇଛି | ଆଉ ଏମାନେ ଧାରଣ କରିଛନ୍ତି ସାବିତ୍ରୀଙ୍କ ରୂପ | ପ୍ରତିଟି ସଧବାଙ୍କ ପରି ଏମାନେ ଗୁରୁଙ୍କ ପାଇଁ ରଖିଥାନ୍ତି ନିର୍ଜଳା ଉପବାସ | ସୌଭାଗ୍ୟବତି ଭଳି ସଂପୂର୍ଣ ରିତିନୀତିରେ କରିଥାନ୍ତି ପୂଜାଚ୍ଚନା | ମୁଁ ଗୁରୁ ହିଁ ଆମ ସ୍ବାମୀ, ଗୁରୁ ହିଁ ଆମ ଇହକାଳ ଓ ପରକାଳ ଦେବତା, ତେଣୁ ଗୁରୁଙ୍କ ଶୁଭମନାସି ଏମାନେ ପାଳନ କରନ୍ତି ପବିତ୍ର ସାବିତ୍ରୀ ବ୍ରତ | ସତରେ କେଡେ ନିଆଁରା ଏ ପରମ୍ପରା ଓ ଏ ପୂଜା ଯାହା ବିଶ୍ବଦରବାରେ ଆମକୁ ଦେଇଛି ସ୍ବତନ୍ତ୍ର ପରିଚୟ | ଆମ ପରମ୍ପରା କାହାକୁ ବାନ୍ଧି ରଖିପାରି ନାହିଁ ବରଂ ପରମ୍ପରା ସୃଷ୍ଟି କରିଛି ସଂପର୍କ ଓ ଭଲ ପାଇବାର ସେତୁ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More