କିନ୍ନରଙ୍କ ବଦାନ୍ୟତା ,ଦୁର୍ଘଟଣାର ଶିକାର ଯୁବକଙ୍କୁ ଚିକିତ୍ସା ପାଇଁ ନେଇଗଲେ ମେଡିକାଲ

106

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ରାସ୍ତାରେ ଦୁର୍ଘଟଣା ଘଟି ଛଟପଟ ହୋଇ ପଡିଥିବା ଯୁବକ ଅଟୋ ସାହାଯ୍ୟରେ ମେଡିକାଲ ନେଇଗଲେ ଦୁଇଜଣ କିନ୍ନର ।ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ଜାମରୁଣ୍ଡା ୧୪ ନମ୍ବର ଗ୍ରାମର ଜଣେ ୨୯ ବର୍ଷୀୟ ଯୁବକ ମନଜିତ ବିଶ୍ୱାସ କାମ କରିବାକୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ତାଙ୍କ ସାଙ୍ଗ ମାନଙ୍କ ସହ ଗୋଟେ ଭଡା ଘରେ ରହି ମିସ୍ତ୍ରୀ କାମ କରୁଥିଲେ ।ଶନିବାର ସନ୍ଧ୍ୟା ୭ ଟା ସମୟରେ ମନଜିତ ପରିବା କିଣିବାକୁ ବଜାର କୁ ଯାଇଥିଲା ହଟାତ ସେତିକି ବେଳେ ଗୋଟେ କାର ସେହି ସମୟରେ ମନଜିତ ବିଶ୍ୱାସ ଙ୍କୁ ଧକ୍କା ଦେଇ ଚାଲିଯାଇଥିଲା , ଫଳରେ ମନଜିତ ର ଗୋଡ଼ ଭାଙ୍ଗି ଯାଇଥିଲା ସେ ରକ୍ତ ଜୁଡୁବୁଡୁ ରେ ଛଟପଟ ହୋଉଥିଲା ।ଘଟଣା ସ୍ଥଳରେ ବହୁତ ଲୋକ ଜମା ହେଇଗଲେ , କିନ୍ତୁ କିଏ ସେହି ଯୁବକଙ୍କୁ ସାହାଯ୍ୟ କରି ନ ଥିଲେ। ସେତିକିବେଳେ ନବରଙ୍ଗପୁର କିନ୍ନର ସଂଘ ର ସମ୍ପାଦକ ଚୁମକି କିନ୍ନର ଏବଂ ଜଣେ ମେମ୍ବର ଘୁଘୁ କିନ୍ନର ସେହି ଯୁବକଙ୍କୁ ଡେରି ନ କରି ଅଟୋ ସାହାଯ୍ୟରେ ନବରଙ୍ଗପୁର ସରକାରୀ ମେଡିକାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ ।ମନଜିତର ଯେହେତୁ ଗୋଡ଼ ଭାଙ୍ଗି ଯାଇ ବହୁତ ରକ୍ତ ବାହାରିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ନବରଙ୍ଗପୁର ମେଡିକାଲରୁ ଡକ୍ଟର ତାଙ୍କୁ କୋରାପୁଟ ସହିଦ ଲଷ୍ମଣ ମେଡିକାଲକୁ ରେଫର କରିଥିଲେ ।ବର୍ତମାନ ସୁଦ୍ଧା ମନଜିତ ଗୁରୁତର ହୋଇ ମେଡିକାଲରେ ଭର୍ତି ଥିବାବେଳେ କିନ୍ନର ମାନଙ୍କ ଏହି ମହାନତା ପାଇଁ ଆଜି ଗୋଟେ ଜୀବନ ବଞ୍ଚି ଯାଇଛି ଏବଂ ସେମାନଙ୍କ ଏହି କାର୍ଯ୍ୟକୁ ଜିଲ୍ଲାର ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More