କାୟା କଳ୍ପ ପୁରସ୍କାର ହାତେଇବା ସହ ରାଜ୍ୟରେ ଏକ ନମ୍ବର ସ୍ଥାନ ହାସଲ କଲା ମାଲକାନଗିରି ଜିଲ୍ଲା

26

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟରେ ସମସ୍ତଙ୍କୁ ପଛରେ ପକାଇ ପୁଣି ଥରେ କାୟା କଳ୍ପ ପୁରସ୍କାର ହାତେଇବା ସହ ରାଜ୍ୟରେ ଏକ ନମ୍ବର ସ୍ଥାନ ହାସଲ କଲା ମାଲକାନଗିରି ଜିଲ୍ଲା । ଜିଲ୍ଲା ସଦର ଚିକିତ୍ସାଳୟ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ମିଳିଲା ଚଳିତ ବର୍ଷର କାୟା କଳ୍ପ ପୁରସ୍କାର । ଖୁସିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବାଣ ଫୁଟାଇ କେକ କାଟି ଖୁସି ମନେଇ ଥିବା ବେଳେ ସମସ୍ତଙ୍କୁ ଶୁଭେଛା ଜଣାଇଲେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ । ତେବେ ଏହା କୌଣସି ମଲ୍ ନା ଜିଲ୍ଲା ହସପିଟାଲ ଏବଂ ଏହା କେଉଁ ସ୍ତାନରେ ଅବସ୍ତାପିତ । ଏମିତି କିଛି ପ୍ରଶ୍ନ ସନ୍ଦେହ ହେଉଥିବ ଆପଣଙ୍କ ମନରେ ତେବେ ଏହି ପ୍ରଶ୍ନର ଉତ୍ତର ଦେବା ଲାଗି ଆମେ ଆପଣଙ୍କୁ ସେହି ସ୍ଥାନକୁ ନେଇ ଆସିଛୁ । ହେଲେ ଆପଣ ଦେଖୁଥିବା ଏହି ସୁନ୍ଦର ଦୃଶ୍ୟ କୌଣସି ମଲ କିମ୍ବା ପାର୍କର ନୁହେ ଏହା ହେଉଛି ମାଓ ପ୍ରବଣ ତଥା ଉପାନ୍ତ ମାଲକାନଗିରି ଜିଲ୍ଲାର ସରକାରି ଚିକିତ୍ସାଳୟ । ଏହାକୁ ୨୦୧୬ ମସିହାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟାନାୟକ ଲୋକାର୍ପଣ କରିଥିଲେ । ସେବେ ଠାରୁ ସମସ୍ତଙ୍କ ଫୋକସରେ ରହି ଆସିଛି ଏହି ଚିକିତ୍ସାଳୟ । ହେଲେ ଏବେ ଏହାର ରୁପ ବଦଳି ଯାଇଛି ମୁଖ୍ୟ ଫାଟକ ଭିତରେ ପ୍ରବେଶ କରିବା ମାତ୍ରେ ଆପଣ ରାସ୍ତାରେ ସୁସଜ୍ଜିତ ଆଲୋକ ଦେଖିବାକୁ ପାଇବେ । ଏହା ସହ ରାସ୍ତା କଡରେ ଲାଗିଥିବା ଔଷଧିୟ ବୃକ୍ଷ ଆପଣଙ୍କୁ ଆକର୍ଶିତ କରିବ ନିଶ୍ଚିତ । ମେଡିକାଲ ଉପରେ ଲାଗିଛି ଭଳିକି ଭଳି ରଙ୍ଗିନ ଲାଇଟ୍ ବୋଡ ଓ ସାମନାରେ ତିଆରି ହୋଇଛି ପାର୍କ । ରାଜ୍ୟର ପ୍ରଥମ ସାତ ମହଲା ବିଶିଷ୍ଟ ଏହି ମେଡିକାଲକୁ ଦେଖିବା ଲାଗି ଦୁର ଦୁରାନ୍ତରୁ ଅନେକ ଲୋକ ଆସୁଥିବା ବେଳେ ରୋଗିଙ୍କ ସମ୍ପର୍କିୟ ମାନେ ମେଡିକାଲ ପରିସରରେ ସେଲଫି ଉଠାଇ ବେଶ ଆନନ୍ଦ ଅନୁଭବ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ବାହାର ଦୃଷ୍ୟ ଯେ କେବଳ ସୁନ୍ଦର ତାହା ନୁହେ ଗେଟ ଦେଇ ଭିତରେ ପ୍ରବେଶ କରିବା ମାତ୍ରେ ଭିନ୍ନ ଭିନ୍ନ ସ୍ତାନରେ ଜଗନ୍ନାଥ, ଗଣେଷ ଓ ସ୍ବରସ୍ବତି ଠାକୁରଙ୍କ ପରି ଅନେକ ମୁତ୍ତି ଆପଣ ଦେଖିବାକୁ ପାଇବେ ଯାହା ଆପଣଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବ ନିଶ୍ଚିତ । ସାତ ମହଲା ବିଶିଷ୍ଟ ଏହି ମେଡିକାଲରେ ରୋଗିଙ୍କ ସୁବିଧା ଲାଗି ୩ ଟି ଅତ୍ୟାଧୁନିକ ଲିଫ୍ଟ ବ୍ୟାବସ୍ତା ରହିଥିବା ବେଳେ ରୋଗିଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ନହେବା ଲାଗି ମେଡିକାଲ ଭିତରେ ସବୁଠି ସାଇନ ବୋର୍ଡ ଲାଗିଛି । ଏଠାରେ ରୋଗିଙ୍କୁ ଦିନ ରାତି ଉତ୍ତମ ସ୍ବାସ୍ଥ୍ୟ ସେବା ମିଳୁଥିବା ବେଳେ ମାଗଣା ଔଷଧ ସହ ସୁଷମ ଖାଦ୍ୟ ମଧ୍ୟ ମିଳୁଛି । ଲୋକଙ୍କ ଆବଶ୍ୟକ ଲାଗି ମେଡିକାଲ ଭିତରେ ପୋଲିସ ଫାଣ୍ଡି ଓ ଏ.ଟି.ଏମ ବ୍ୟବସ୍ତା ସାଙ୍ଗକୁ ମେଡିକାଲ ସାମନାରେ ୨୪ ଘଣ୍ଟା ଆଲର୍ଟ ହୋଇ ରହିଛି ୧୦୮ ଆମ୍ବୁଲାନସ । ବେସରକାରି ମେଡିକାଲ ଭଳି ସରକାରି ମେଡିକାଲ ଗୁଡିକରେ ଏସବୁ ଅତ୍ୟାଧୁନିକ ସୁବିଧା ରହିଥିବା କାରଣରୁ ଚଳିତ ବର୍ଷ କାୟା କଳ୍ପ ପୁରସ୍କାର ହାସଲ କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟର ଏକନମ୍ବର ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା । ଫଳରେ ଖୁସିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରି ମାନେ ବାଣ ଫୁଟାଇ କେକ କାଟି ଖୁସି ମନେଇଥିବା ବେଳେ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ମାଲକାନଗିରି ଜିଲ୍ଲା ସହ ସିମାନ୍ତ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ଲକ୍ଷ ଲକ୍ଷ ରୋଗି ସ୍ୱାସ୍ଥ୍ୟ ସେବା ପାଇଁ ମାଲକାନଗିରି ଜିଲ୍ଲାକୁ ଆସୁଥିବା ବେଳେ ଜିଲ୍ଲାରେ ପ୍ରଦାନ କରାଯାଉଥିବା ଉତ୍ତମ ସ୍ୱାସ୍ଥ୍ୟ ସେବା କାରଣରୁ ମାଲକାନଗିରି କୁ ମିଳିଥିବା ଏହି କାୟାକଳ୍ପ ପୁରସ୍କାର ସ୍ୱାସ୍ଥ୍ୟ କର୍ମଚାରିଙ୍କ ମନରେ ଉଶ୍ଚାହ ଭରିବା ସହ ଜିଲ୍ଲାର ବିକାଶରେ ପୁଣି ଏକ ମାଇଲ ଖୁଣ୍ଟ ସ୍ତାପନ ହେବ ନିଶ୍ଚିତ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More