କାହା ସ୍ଵାର୍ଥରେ ବୃକ୍ଷ ରୋପଣ ହେଉଛି ୧୧ କେଭି ତାର ତଳେ

12

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସାହି ପଞ୍ଚାୟତ ଇସ୍କନ ମନ୍ଦିର ଠାରୁ ଗଜରାଜପୁର ଦଳିତ ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ କାର୍ଯ୍ୟରେ ବୃକ୍ଷ ରୋପଣ କାର୍ଯ୍ୟ ଚାଲିଛି । କିନ୍ତୁ କୋଡ଼ିଏ ଫୁଟ୍ ଉପରେ ଏଗାର କେଭି ବିଦ୍ୟୁତ୍ ତାର ଥିଲେ ମଧ୍ୟ କାହାରି ନଜର ପଡୁନି। ପଞ୍ଚାୟତର ହିତରେ ଥିବା ସରକାରୀଙ୍କ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରଭାତ ମାଝି ଓ ସେଠାକାର ସରପଞ୍ଚଙ୍କ ସହମତି କ୍ରମେ ନହେବା କାର୍ଯ୍ୟ କରାଯାଉଛି ଏହି ବେଆଇନ୍ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ଛି ଛାକର କରିବାସହ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେହି ଗଛ ଗୁଡିକୁ ସୁରକ୍ଷା ଦେବା ପାଇଁ ଯେଉଁ ବାଡ କରାଯାଇଛି ସେ ବାଡର ବତା ବହୁତ ଦୃବଳ ବୋଲି ସେଠାକାର ଲୋକମାନେ ଆମ ପ୍ରତିନିଧିଙ୍କୁ କହିବା ସହିତ ଏହି ସ୍ଥାନରେ ଗଛ ଲଗାଇବା ଅନୁଚିତ ଓ ଏବିଷୟରେ ସରକାରୀ ତଦନ୍ତ ନିହାତି ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଛନ୍ତି। ଆମ ପ୍ରତିନିଧି ସଠିକ୍ ତଥ୍ୟ ଜାଣିବା ପାଇଁ ( ଜି ଆର ଏସ୍ ) ନିହାର ବିଶ୍ଵାଳଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏବିଷୟରେ କନିଷ୍ଠ ଯନ୍ତ୍ରୀ ପ୍ରଭାତ ମାଝି କହିପାରିବେ ଆମ ପ୍ରତିନିଧି ପ୍ରଭାତ ମାଝିଙ୍କୁ ଫୋନ୍ ଲଗାଇ ଦେଇଥିଲେ ମଧ୍ୟ ଯନ୍ତ୍ରୀ ମହାସୟ ଫୋନ୍ ନମ୍ୱର୍ ଦେଖି ଉଠାଇ ନଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ସରକାରୀ ଚାକିରୀ କରିଥିବା ବ୍ୟକ୍ତିମାନେ ସରକାରଙ୍କ ଠାରୁ ପୁଳା ପୁଳା ପାରିଶ୍ରମିକ ବାବଦକୁ ଏତେ ଟଙ୍କା ନେଉଛନ୍ତି କିନ୍ତୁ ସରକାରଙ୍କ ସଠିକ୍ କାର୍ଯ୍ୟ ପ୍ରତି ଅଣଦେଖା କରିଛନ୍ତି କାହିଁକି। ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More