ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲା କଣାସ ବ୍ଲକର ବଡଓରା ଗ୍ରାମ ଗଡ଼ିଶାଗୋଦା ଥାନା ଅଧିନରେ ଥିବା ସୁଷମା ସାହୁଙ୍କ ପରିବାରକୁ ଦୀର୍ଘ ୨ ମାସରୁ ଉର୍ଦ୍ଧ ହେବ କଙ୍ଗାରୁ କୋର୍ଟ କରାଯାଇ ସାମାଜିକ ବାସନ୍ଦ କରାଯାଇଛି । ସେମାନେ ଥାନାର ଦ୍ୱାରାସ୍ତ ହେଲେ ମଧ୍ୟ କୋଣସି ସମାଧାନ ହୋଇନାହିଁ ଏଠି ରାଜନୈତିକ ଚାପ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ସୁଷମା ସାହୁଙ୍କ ପରିବାର । ଶିକ୍ଷିତ ସମାଜରେ ଏଭଳି ପରମ୍ପରା ବିଲୋପ ହୋଇ ଯାଇଥିବା ବେଳେ ଏଠି ଦେଖିବାକୁ ମିଳିଛି କିଛି ମୁସ୍ଥିମେୟ ଲୋକଙ୍କର ମେଳି ଯାହାର ନାମ କଙ୍ଗାରୁ କୋର୍ଟ । ପୁରୀ ଜିଲାରେ ସାକ୍ଷରତା ହାର ୮୫.୩୭ ପ୍ରତିଶତ ଥିବାବେଳେ ଏହି ଗ୍ରାମରେ ଗୋଟେ ପରିବାରକୁ ସାମାଜିକ ବାସନ୍ଧ କରାଯିବା ଘଟଣା ସାରା ରାଜ୍ୟରେ ଚର୍ଚାର ବିଷୟ ପାଲଟିଛି । ଶେଷରେ ନିରୀହ ପରିବାରଟି ପୁରୀ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି । ସେଠୁ ମଧ୍ୟ ନିରାସ ହୋଇଛନ୍ତି ବୋଲି ଅଭିଯୋଗ କରନ୍ତି ସୁଷମାଙ୍କ ପରିବାର । ନିକଟରେ ଦଶହରା ଦିନ ବଡଓରା ଗ୍ରାମରେ ଗ୍ରାମ ପରିକ୍ରମା କରି ଭୋଗ ଖାଊଥିଲେ ଠାକୁର । କିନ୍ତୁ ସେହି ଗ୍ରାମର କିଛି ଲୋକ ସୁସମାଙ୍କ ଦୁଆରେ ଭୋଗ ଖାଇବା ପାଇଁ ବିରୋଧ କଲେ । ଆସନ୍ତୁ ଦେଖିବା ସେ ସମୟର ଦୃଶ୍ୟ । ସାଧାରଣରେ ପ୍ରଶ୍ନ ଉଠେ କାହା ଇଙ୍ଗିତରେ ଚାଲିଛି ଏ କଙ୍ଗାରୁ କୋର୍ଟ । ଏଠି ପୁଲିସ ଚୁପ କଣ ପାଇଁ । କାହା ଇଙ୍ଗିତରେ ପୁଲିସ ଏଫଆଇଆର ଗ୍ରହଣକରୁନି ।