କାହାପାଇଁ ଆବାସ ଯୋଜନା ? ଝାଟି ମାଟି କୁଡ଼ିଆରେ ବିଧବା ମହିଳା!

34

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : – ସରକାର ଗରିବ ଲୋକମାନଙ୍କ ପାଇଁ କେତେ କଣ ଯୋଜନା କରିଛନ୍ତି । ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି । ହେଲେ ଏସବୁ ଯୋଜନାରୁ ଲୋକେ ସୁଫଳ ପାଇପାରୁ ନାହାଁନ୍ତି । ସରକାର ଗରିବ ବାସହୀନଙ୍କ ପାଇଁ ମୋ-କୁଡ଼ିଆ,ବିଜୁ-ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ଏସବୁ ଯୋଜନା , ପ୍ରକୃତ ହିତାଧିକାରୀଙ୍କ ପ୍ରତି ସତେ ଯେମିତି ଉପହାସ କଲାପରି ମାନେହେଉଛି । ଯାହାକି କଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ, ଦେପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବୁ କେନ୍ଦୁ ଗୁଡ଼ା ଗ୍ରାମର ବିଧବା ମହିଳା ଚମ୍ପା ମାଝୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ୟେ ହେଉଛନ୍ତି କଲମପୁର ବ୍ଲକ-ଦେପୁର ଗ୍ରାମପଞ୍ଚାୟତ,ବାବୁକେନ୍ଦୁ ଗୁଡ଼ା ଗ୍ରାମର ଚମ୍ପା ମାଝୀ । ଗତ ୫/୬ ବର୍ଷ ତଳେ ସ୍ୱାମୀ ବୋଟୋ ମାଝୀଙ୍କ ମୃତ୍ୟୁ ପରେ ତାଙ୍କର ୨ଟି ପୁଅ ଥିଲେ ମଧ୍ୟ ଦୟନୀୟ ଅବସ୍ଥାରେ ଏକ ଭଙ୍ଗା ଦଦରା ଝାଟି ମାଟି ଘରେ ରହୁଛନ୍ତି ଚମ୍ପା ମାଝୀ ।କାନ୍ଥ କହିଲେ କିଛି ନାହିଁ । ଝାଟି ମାଟି କାନ୍ଥ , ସେପୁଣି ଠାଏ ଠାଏ ଆଁ ହୋଇ ରହିଛି । ବେଳେ ବେଳେ ମାଟି ଚେକା ଖସୁଛି । ବର୍ଷା ହେଲେ ପାଣି ମଧ୍ୟ ଗଲୁଛି । କେତେବେଳେ ଯେ ଭୁଶୁଡ଼ି ଯିବ କହି ହେବ ନାହିଁ । ତଥାପି ସେହି ଘରେ ରୋଷେଇ କରି ଖାଉଛନ୍ତି ଆଉ ପର ପିଣ୍ଡାରେ ଶୋଇବାକୁ ପଡୁଛି । ଘର ଖଣ୍ଡିଏ ଯୋଗାଇ ଦେବାଲାଗି ପଂଚାୟତର ୱାର୍ଡମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ , BDO ଯାଏ ନେହୁରା ହେଲେବି କେହି ମଧ୍ୟ ଶୁଣୁ ନାହାଁନ୍ତି ଚମ୍ପା ମାଝୀଙ୍କ ଗୁହାରି । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ କେବଳ ସରକାରଙ୍କ ପକ୍ଷରୁ ବିଧବା ଭତ୍ତା ୫୦୦ ଟଙ୍କା ଆଉ ଚାଉଳ ମିଳୁଛି । ସେତକରେ ଯାହା ଯେମିତି ଦୁଃଖ କଷ୍ଟରେ ଚଳୁଛନ୍ତି ଚମ୍ପା । ବେଳେ ବେଳେ ବାଧ୍ୟ ହୋଇ ମୂଳ ଲାଗୁଛନ୍ତି ଚମ୍ପା ମାଝୀ । ହେଲେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଏ ଯାଏ ଘର ଖଣ୍ଡିଏ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗ୍ରାମବାସୀ ମଧ୍ୟ ଚମ୍ପା ମାଝୀଙ୍କୁ ଘର ଖଣ୍ଡିଏ ଦେବାପାଇଁ ପ୍ରଶାସନକୁ ଜଣାଇଛନ୍ତି । ହେଲେ ପଚାରିଲେ ଏବର୍ଷ ମିଳିବ,ଆର ବର୍ଷ ମିଳିବ ବୋଲି ଭୁଆଁ ବୁଲାଉଛନ୍ତି ସରକାରୀ ବାବୁମାନେ । ହେଲେ ଇତି ମଧ୍ୟରେ ବର୍ଷ ବର୍ଷ ବିତିଗଲାଣି ସିନା ଘର ଖଣ୍ଡିଏ ମିଳିବାକୁ ସାତ ସପନ ପାଲଟିଛି ଚମ୍ପା ମାଝୀଙ୍କୁ । ହେଲେ ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ଚମ୍ପା ମାଝୀଙ୍କୁ କେବେ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିବ ତାକୁହିଁ ଅପେକ୍ଷା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More