କାଶୀନଗରରେ ବିଶ୍ୱ ହିନ୍ଦୁ ପରିଷଦର ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

42

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : ଗଜପତି ଜିଲ୍ଲା କାଶୀନଗର ଗଜପତି ପାଠାଗାର ଠାରେ ବିଶ୍ୱ ହିନ୍ଦୁ ପରିଷଦ ଗଜପତି ଜିଲ୍ଲା ଶାଖା ତରଫରୁ କାଶୀନଗର ବ୍ଲକ ଓ ଏନ ଏ ସି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଗଜପତି ଜିଲ୍ଲା ସଭାପତି କୈଳାସ ମାହାଙ୍କୁଡ, ଦେଉ ମଠ ର ମହନ୍ତ ଶ୍ରୀ ରାମାନୁଜ ମହାରାଜ, ମହନ୍ତ ଶ୍ରୀ ପଦ୍ମ ଚାରଣ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଆପ୍ପାରାଓ, ଓ ବଜରଙ୍ଗ ଦଳ ର ନେତୃତ୍ୱ ଙ୍କ ଉପସ୍ତ୍ତିତ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା କାଶୀନଗର ସହର ର ସମାଜ ସେଵୀ ତଥା ଗଜପତି ପାଠାଗାର ସଭାପତି ଶ୍ରୀ ରମା କାନ୍ଥ ପାତ୍ର, ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର, ସୁଜନ କୁମାର ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ, ଏହି ବୈଠକ ର ମୁଖ୍ୟ ଉଧେଶ୍ୟ ହେଲା ଆଗାମୀ ଜାନୁଆରୀ ୨୨ ରେ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସମସ୍ତ ଙ୍କ ଭାଗିଦାରୀ ରହିଛି ସେହିଭଳି ପ୍ରତିଷ୍ଠା ଦିନ ସମସ୍ତେ ନାମ ଯଜ୍ଞ୍ ଓ ଦୀପାବଳି ଭଳି ସମସ୍ତ ହିନ୍ଦୁ ମାନେ ପାଳନ କରିବା ଆବଶ୍ୟକ ବୋଲି ଶ୍ରୀ ରାମାନୁଜ ଜି କହିଥିଲେ, ଶ୍ରୀ ରମାକାନ୍ତ ପାତ୍ର ଧନ୍ୟବାଦ ଦେଇଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More