କାଳ ବୈଶାଖୀ କ୍ଷତିଗ୍ରସ୍ତ ପରିବାରକୁ ଭେଟି ସାନ୍ତୋନା ଦେଲେ ନବ ନିର୍ବାଚିତ ନୂଆଗାଁ ବ୍ଳକ ଜନପ୍ରତିନିଧି

26

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ଖଣ୍ତୁଗାଁ, ମାଳିସାହି, ଚାହାଳି, ଢେଙ୍କେଣା, ଦୁରୁଦୁରା, ବଡଗୋଠ ଆଦି ପଂଚାୟତ ଗୁଡିକରେ କାଳବୈଶାଖୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ। ସେହିପରି ଢେଙ୍କେଣା ପଂଚାୟତର ନାଲୁ ବିଶ୍ବାଳଙ୍କର ଘରୁ ସମ୍ପୂର୍ଣ୍ଣ ଭାବେ ଆଜବେଷ୍ଟସ ଉଡିଯାଇଥିଲା। ଆଜବେଷ୍ଟସ ଉଡିଯିବା ପରେ ବର୍ଷାପାଣି ଘରର ସମସ୍ତ ଆସବାବପତ୍ର ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ ଓଦା ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ପରିବାରର ସମସ୍ତେ ଉପାୟଶୂନ୍ୟ ହୋଇପଡିଥିଲେ। ତତସହିତ ଏହି ପଂଚାୟତର ବସନ୍ତ ସାହୁଙ୍କ କ୍ଷେତ୍ରରେ ସମାନ ଅବସ୍ଥା ଘଟିଥିବା ଦେଖିବାକୁ ମିଳିଛି। ଝାଟିମାଟି ଚାଳ ଛପର କୁଡିଆରେ ଚଳୁଥିବା ବସନ୍ତଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘରଟିଏ ମିଳିବା ତ ଦୂରର କଥା ସେ ଭୂମିହୀନ ହୋଇଥିବା ବେଳେ ବସୁନ୍ଧରା ଯୋଜନାରେ ଘରବାରୀ ପଟ୍ଟା ମିଳିପାରୁନାହିଁ। ଯାହାଫଳରେ ପଂଚାୟତ ପକ୍ଷରୁ ଆବାସ ଯୋଜନା ଲିଷ୍ଟରେ ନାମ ଆସୁଥିଲେ ସୁଦ୍ଧା ତାହା ପାଇବାରେ ଅସୁବିଧା ହେଉଛି। ସେହିପରି ଢେଙ୍କେଣା ପଂଚାୟତର ପ୍ରମୋଦ ବିଶ୍ବାଳ, ଭଗବାନ ପ୍ରଧାନ, ଘନ ସ୍ବାଇଁ ଏବଂ ଚାହାଳି ପଂଚାୟତର ସୁକାନ୍ତ ନାଥ, ଭାସ୍କର ନାଥ, ରୁସିଆ ନାଥ, ସୁରେନ୍ଦ୍ର ନାଥ, ବିଳାସ ନାଥଙ୍କ ଘର ଉପରେ କାଳବୈଶାଖୀ ଦାଉ ସାଜିଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଖବର ପାଇବା ପରେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଓ ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ ଚାହାଳୀ ଓ ଢେଙ୍କେଣା ପଂଚାୟତ ବୁଲି କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟି ସେମାନଙ୍କୁ କିପରି ଯଥାଶୀଘ୍ର ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିବା ସହ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସେମାନଙ୍କ ସହ ଚାହାଳି ସରପଂଚ ସୁବାଷ ବେହେରା, ଢେଙ୍କେଣା ସରପଂଚ ଯୁଗଳ କିଶୋର ସାହୁ, ସମାଜସେବୀ ସୁବାଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୂତନ ଜନପ୍ରତିନିଧିମାନଙ୍କର ଏଭଳି କାର୍ଯ୍ୟଧାରକୁ ସ୍ଥାନୀୟ ଅଂଚଳବାସୀ ସ୍ବାଗତ ଜଣାଇଛନ୍ତି। ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More