କଟକ(ସଂଘର୍ଷ ମିଡିଆ ) : – କାଳୀ ପୂଜା ନେଇ ଜୋରଦାର ଚାଲିଛି କଟକ ଜିଲ୍ଲା ତିଗିରିଆ ବ୍ଲକରେ ପ୍ରସ୍ତୁତି। ଚଳିତ ବର୍ଷ ପ୍ରାୟ ୧୭ ଟି ପୂଜା ମଣ୍ଡପ ପୂଜା ପାଇବେ ମା । ଆଗାମୀ 24 ତାରିଖରୁ ନଭେମ୍ବର ଦୁଇ ତାରିଖ 10. ଦିନ ବ୍ୟାପି ଚାଲିବ ଏହି ଉତ୍ସବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ପୂର୍ବରୁ ଏହି ତିଗିରିଆ ବ୍ଲକରେ ଏହି ପୂଜା ବଡ଼ ଆଡମ୍ବର ଭାବେ ହୋଇ ପାଳିତ ହେଉଛି । ଏହି ଚଳିତ ବର୍ଷ 17ଟିରୁ ଉର୍ଦ୍ଧ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ବେଷରେ ଦେବଦେବୀ ପୂଜା ହେବା ପାଇଁ ହୋଇଛି ନିଷ୍ପତି ହୋଇଛି । ସେପଟେ ଏହି ଅଞ୍ଚଳର ଅତି ପୂରାତନ ପୂଜାମଣ୍ଡପ ଶ୍ୟାମାକାଳୀ ପୂଜା ମଣ୍ଡପରେ ମକଳୀଙ୍କ ପୂଜାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଆଉ ଦୁଇ ଦିନ ପରେ ଏହି ତିଗିରିଆ ଅଞ୍ଚଳରେ ପ୍ରସିଦ୍ଧ କାଳୀପୂଜା ବଡ ଧୁମଧାମରେ ପାଳିତ ହେବାକୁ ଯାଉଛି । ଯେଉଁଥି ପାଇଁ ଉତ୍ସବ ମୁଖର ଗାଁଠୁ ସହର ।