କାଳବୈଶାଖୀ ଅଜାଡିଦେଲା କ୍ଷେତ

83

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଝଡ଼ ବର୍ଷା । ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି । ଗତ କାଲିଠାରୁ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ବିଶେଷକରି ଆଜି ଉପକୂଳ ଓଡ଼ିଶାର ପୁରୀ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା । ଆଗାମୀ ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।ଅଦିନିଆ ବର୍ଷାରେ ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳରେ କାଳବୈଶାଖୀ ବର୍ଷା ଯୋଗୁଁ ମୁଗ ଚାଷୀଙ୍କ ସମେତ ପନିପରିବା ଚାଷ କରିଥିବା ଚାଷୀ ମନରେ ଦେଇଛି ଦୁଃଖ ।ଦୁଇ ଦିନ ବର୍ଷା ହେବା ଫଳରେ ମୁଗ, ବିରି ଚାଷ କରି ଥିବା ଚାଷୀ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହେବେ । ଫୁଲ ହେଉଥିବା ମୁଗ ବର୍ଷାରେ ନଷ୍ଟ ହେବା ସହିତ ଛୁଇଁ ଗୁଡ଼ିକ ବର୍ଷା ପାଣିରେ ନଷ୍ଟ ହେବ ବୋଲି ଚାଷୀ କହିଛନ୍ତି ।ପାନୀପରିବା ଚାଷ ମଧ୍ୟ ପ୍ରଭାବିତ ହେବ ବାଇଗଣ, ଲଙ୍କା ,ଭେଣ୍ଡି , ଟମାଟୋ,କାକୁଡି,ପ୍ରଭୃତି ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀ କହିଛନ୍ତି । ମୁଗ ଫସଲ କ୍ଷେତରେ ପଡି ପଚି ନଷ୍ଟ ହେବ ତ ଅନ୍ୟ କେତେକ ଗଜା ହୋଇଯିବ । ଏବେ ଏହି ହତାଶ କ୍ଷୁଦ୍ର ଚାଷୀ ମାନଙ୍କର କ୍ଷତି ଭରଣା କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।ଚାଷୀ ଅନେକ କ୍ଷତି ସହିବା ପରେ କ୍ଷତି ଭରଣା କରିବାକୁ ମୁଗ , ବିରି ,କୋଳଥ ଚାଷ କରିଥିଲେ ଚାଷୀ । ହେଲେ ଦଇବ ଦାଉ ସାଧିଲା । ଏପରି କିଛି ମୁଗ ଚାଷୀଙ୍କ ଦୁଃଖଭରା କାହାଣୀ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ନିମାପଡ଼ା ,ପିପିଲି,ଗୋପ,ଚରିଛାକ,କାକଟପୁର,ପ୍ରଭୃତି ଅଞ୍ଚଳର ଗାଁରେ ।କାଳ ବୈଶାଖୀ ପ୍ରଭାଵରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହି ଥିବା ବେଳେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଜିଲ୍ଲାର ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ, ନିମାପଡ଼ା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଥିବା ବେଳେ ପନିପରିବା ଓ ମୁଗ ବିରି ଫସଲ ନଷ୍ଟ ହେବାର ଆଶଙ୍କା କରିଛି ଚାଷୀ । ବିଶେଷ କରି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ବାଳଙ୍ଗା ପିପିଲି ଅଞ୍ଚଳରେ ମୁଗ ବିରି ଓ ପନିପରିବା ଫସଲ ନଷ୍ଟ ହେବାର ଆଶଙ୍କା କରିଛନ୍ତି ଚାଷୀ ।ରାଜ୍ୟ ସରକାର ବର୍ଷା ପରେ ତଦନ୍ତ କରି ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରି ବାକୁ ଚାଷୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More