କାଳବୈଶାଖୀରେ ଉଡ଼ି ଯାଇଥିଲା ଛାତ, ସରପଞ୍ଚ ଦେଲେ ସହାୟତାର ପ୍ରତିଶୃତି

46

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲ୍ଲା ପାପଡ଼ା ହାଣ୍ଡି ବ୍ଲକ ମଇଦଲ୍ ପୁର ପଞ୍ଚାୟତ ଅନ୍ତର୍ଗତ କlକୁଡ଼ିଆମ୍ବ ଗ୍ରାମର ଜଣେ ଗରିବ ବୃଦ୍ଧା ଙ୍କ ଘର ଗତ କିଛି ଦିନ ତଳେ ଝଡ ତୋଫାନ ଫଳରେ ଭାଙ୍ଗି ଯାଇଛି l ସୁଚନା ଅନୁଯାଇ କାକୁଡି ଆମ୍ବ ଗ୍ରାମ ର ଦୌପଦୀ ସତନlମି (୬୨)ପିତା ମୋହନ ସତନାମି l ବିଧବା ବୃଦ୍ଧା ଜଣକ ରାତିରେ ଶୋଇଥିବା ସମୟରେ ପ୍ରବଳ ଝଡ ତୋଫାନ ଯୋଗୁଁ ଟିଣ ଘର ଟି ଭାଙ୍ଗି ଯିବା ଫଳରେ ବୃଦ୍ଧାଙ୍କ ଉପରେ ପଡ଼ି ଯାଇଥିଲା l ଭାଗ୍ୟ ବଶତଃ ବୃଦ୍ଧା ଜଣକ ବଞ୍ଚିଯାଇଛନ୍ତି ପୁଅ ପୁନିତ୍ ରାମ ସତନାମି ଓ ତାଙ୍କ ସ୍ତ୍ରୀ ପ୍ରତିମା ସତନାମୀ ଓ ଝିଅ ବାବି ସତନାମି, ପୁଅ ସଚି ସତନାମୀ ଅନ୍ୟ ଏକ ବଖରା ରେ ଶୋଇଥିଲେ ,ତେଣୁ ସେମାନେ ମଧ୍ୟ ବଞ୍ଚି ଯାଇଛନ୍ତି lଗ୍ରାମର ଲୋକ ତାଙ୍କୁ ଉଦ୍ଧାର କରି ଥିଲେ କିନ୍ତୁ ବୃଦ୍ଧା ଜଣକ ସୁସ୍ଥ ଥିଲେ l ବୃଦ୍ଧା ଜଣକ କେବଳ ଅନ୍ତଦ୍ୱୟ କାର୍ଡ ଥିବାରୁ 35 kg ଚାଉଳ ମିଳୁଛି କିନ୍ତୁ ପୁଅ ଏବଂ ପତ୍ନୀଙ୍କୁ ରାସନ୍ କାର୍ଡ ନାହିଁ ସେମାନେ ଦୀର୍ଘ ଦିନ ହେବ ରାସନ୍ ପାଇବାରୁ ବଞ୍ଚିତ ହୋଇଛନ୍ତି l ପୁଅ ପୁନିତ ରାମ କୁଲି ମଜୁରିଆ କରି ନିଜ ପୁଅ ଝିଅଙ୍କୁ ପ୍ରତିପୋଷଣ କରୁଛି l ଏପରି ଏକ ଦୁଃଖଦ ଭରା ପରିବାର ଅଛନ୍ତି ସେମାନଙ୍କୁ ସରକାରଙ୍କ ଏଜାବତ୍ କୌଣସି ଦୃଷ୍ଟି ପଡି ନାହିଁ l କିନ୍ତୁ ମଇଦଳପୁର ସରପଞ୍ଚ ଚନ୍ଦ୍ର ଧ୍ୱଜ ମାଝୀ ଶୁଣିବା ମାତ୍ରେ ତୁରନ୍ତ ସେଠାକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଖୁବ୍ ଶୀଘ୍ର ସେମାନଙ୍କୁ ଚାଉଳ କାର୍ଡ ସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More