କଟକ(ସଂଘର୍ଷ ମିଡିଆ) ” – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ନାହାଳପୁର ଗ୍ରାମପଞ୍ଚାୟତ ଗୁଣାଦୋଳ କାଳନ୍ଦୀ ନାୟକ ହାଇସ୍କୁଲ 1973 ମସିହାରେ ସ୍ଥାପିତ ହୋଇଥିଲା।1978 ବ୍ୟାଚ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ହରିଅନ୍ତା ବାଇଁଲୋ ବଜାର ଠାରେ ପରିଣତି ବୟସରେ ପ୍ରଥମ କରି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ବିଦ୍ୟାଳୟ ର ଗୁରୁଜୀ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ଜେନା ଓ ମନୋରଞ୍ଜନ ହୋତାଙ୍କୁ ଫୁଲ ତୋଡା ଓ ଓତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ପାଦ ଛୁଇଁ ଆଶ୍ରିବାଦ ନେଇଥିଲେ।ବିଦ୍ୟାଳୟରେ ପାଠ ପଢିଲା ସମୟରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ।ମା ଭାରତୀଙ୍କ ଫୋଟୋ ନିକଟରେ ପ୍ରଦୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ବ କରିଥିଲେ ଗୁରୁଜୀ ସଚ୍ଚିଦାନନ୍ଦ ଜେନା ଓ ମନୋରଞ୍ଜନ ହୋତା ସାର।ସଂମାନିତ ଅତିଥି ରୂପେ ହରିଅନ୍ତା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପଦ୍ମିନୀ ପ୍ରଧାନ ଙ୍କୁ ଫୁଲ ତୋଡା ଓ ଓତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କିଛି ଛାତ୍ର ଛାତ୍ରୀ ଆର ପାରିକୁ ଚାଲିଯାଇଥିବାରୁ ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ପାଇଁ ନିରବ ପାର୍ଥନା ଓ ଶାନ୍ତିପାଠ କରାଯାଇଥିଲା।ବିଦ୍ୟାଳୟ ର ବିକାଶ ପାଇଁ ସମସ୍ତ ଛାତ୍ର ଛାତ୍ରୀ ଆଗେଇ ଆସିବା ପାଇଁ ଗୁରୁଜୀ ମାନେ ଆଲୋକପାତ କରିଥିଲେ।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।