କାଳନ୍ଦୀ ନାୟକ ହାଇସ୍କୁଲର ୧୯୮୪ ମସିହା ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁମିଳନ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳପୁର ଗ୍ରାମପଞ୍ଚାୟତ କାଳନ୍ଦୀ ନାୟକ ହାଇସ୍କୁଲ 1984 ମସିହା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ 39 ବର୍ଷ ପରେ ବନ୍ଧୁମାନଙ୍କୁ ଏକାଠି ପାଇ ନିଜ ନିଜ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।ବିଦ୍ୟାଳୟରେ ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇ ଛାତ୍ର ଛାତ୍ରୀ ମାନେ ଭାବ ବିହ୍ଵଳ ହୋଇପଡିଥିଲେ।ଏବର୍ଷ ପ୍ରଥମ କରି 70 ଛାତ୍ର ଛାତ୍ରୀଙ୍କ ମଧ୍ୟରୁ 65 ଛାତ୍ର ଛାତ୍ରୀ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଆସନ୍ତା ବର୍ଷ ସମସ୍ତ ଛାତ୍ର ଛାତ୍ରୀ ଗୁରୁଜୀ ଗୁରୁମା ମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଇ ଆଶ୍ରିବାଦ ଭିକ୍ଷା କରିବେବୋଲି ମତବ୍ୟକ୍ତ କରିଥିଲେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More