କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

66

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ନିଆଳି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ କଣ୍ଟାପଡା ବ୍ଲକ ସମ୍ମୁଖରେ ଉପସ୍ଥିତ ହୋଇ ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ କଣ୍ଟାପଡା ବିଡ଼ିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଇଥିଲେ।ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି।ସମସ୍ତ ସାମ୍ବାଦିକ ବନ୍ଧୁ ଏହାକୁ ସ୍ୱାଗତ କରିଛନ୍ତି।କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ସାମ୍ବାଦିକମାନେ ସୁରକ୍ଷିତ ଓ ଆର୍ଥିକ ଅନଟନ ମଧ୍ୟରେ କାର୍ଯ୍ୟ କରୁଛନ୍ତି। ସମ୍ବାଦିକ ମାନଙ୍କର ସୁରକ୍ଷା ଓ ଆର୍ଥିକ ସ୍ୱଚ୍ଛଳତା ପାଇଁ ରାଜ୍ୟ ସରକାର କିଛି ଘୋଷଣା କରିବେ ବୋଲି ସାମ୍ବାଦିକ ମାନେ ଆଶା ରଖିଛନ୍ତି।ଆଗାମୀ ଦିନରେ ଯଦି ରାଜ୍ୟ ସରକାର ସମ୍ବାଦିକ ମାନନଙ୍କ ଦାବି ପୂରଣ ନକରନ୍ତି ଆନ୍ଦୋଳନକୁ ଯିବେ ବୋଲି ଚେତାବନୀ ଦେଇଛନ୍ତି।କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More