କାର୍ଯ୍ୟରତ ସାମ୍ବାଦିକଙ୍କୁ ସେବାୟତଙ୍କ ଦ୍ୱାରା ଆକ୍ରମଣ ପ୍ରତିବାଦରେ ଗଜପତି ପ୍ରେସ କ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

16

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ପ୍ରେସ କ୍ଲବ ତରଫରୁ ଗଜପତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନା ଥାଉକି ଗତ ମଙ୍ଗଳବାର ୨୦ ତାରିଖ ଦିନ ପୁରୀରେ ନ୍ୟୁଜ 7ର ଦୁଇଜଣ ସାମ୍ବାଦିକ ରଥଯାତ୍ରାର ଖବର ସଂଗ୍ରହ ସମୟରେ ପୁରୀ ମନ୍ଦିର ସେବାୟତଙ୍କ କିଛି ମନମୁଖୀ କାରବାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ପୁରୀ ବ୍ୟୁରୋ ଚିତ୍ତରଞ୍ଜନ ମହାନ୍ତି ଓ ପୁରୀ ପ୍ରତିନିଧି ଚନ୍ଦ୍ରଶେଖର ପାତ୍ର ଖବର ସଂଗ୍ରହ କରୁଥିବା ସମୟରେ ଦୁଇ ଜଣ ସେବାୟତ ହଠାତ ଉତକ୍ଷିପ୍ତ ହୋଇ ଖବର ସଂଗ୍ରହ କରୁଥିବା ଦୁଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଯାହାକୁ ନେଇ ଗଜପତି ପ୍ରେସ କ୍ଲବ ଏହିପରି କାର୍ଯ୍ୟ କଳାପକୁ ଦୃଢ ନିନ୍ଦା କରିବା ସହ ଦୃଢ କାର୍ଯ୍ୟ ନୁଷ୍ଠାନ ନେବା ପାଇଁ ଦାବି କରା ଯାଇଛି । ଏଥି ସହ ଗଜପତି ପ୍ରେସ କ୍ଲବର ସମସ୍ତ ସଦସ୍ୟମାନେ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ କୁମାର ଏବଂ ଗଜପତି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପାତ୍ର ପ୍ରଦାନ କରିଛନ୍ତି ।ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More