କାର୍ଯ୍ୟରତ ବ୍ୟାଙ୍କ ଏଜେଣ୍ଟ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ମିଶନ ଶକ୍ତି ଓ ଆଇସିଆଇ ବ୍ୟାଙ୍କ ସହଯୋଗରେ କାର୍ଯ୍ୟରତ ବ୍ୟାଙ୍କ କରେସ୍ପଡେଂସ ଏଜେଣ୍ଟ ମହିଳା ମାନଙ୍କ ପାଇଁ ପ୍ରଶିକ୍ଷଣ ଓ ପରିଚୟ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଯେଉଁଠାରେ ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଘରେ ଘରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବାପାଇଁ ବୌଦ୍ଧ ଜିଲ୍ଲାରେ 31 ଜଣ ମହିଳା ସଦସ୍ୟାଙ୍କୁ ମିଶନ ଶକ୍ତି ଦ୍ୱାରା ବ୍ୟାଙ୍କ କରେସ୍ପଡେଂସ ଏଜେଣ୍ଟ ଭାବେ ନିୟୋଜିତ କରାଯାଇଅଛି l ବୌଦ୍ଧ ଜିଲ୍ଲା କୋପରେଟିଭ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇସିଆଇ ବ୍ୟାଙ୍କର ଶ୍ରୀ ଭାସ୍କର ଚନ୍ଦ୍ର ସ୍ୱାଇଁ ପ୍ରଶିକ୍ଷଣ ଦେଇଥିଲେ । କୋପରେଟିଭ ବ୍ୟାଙ୍କର ସେକ୍ରେଟାରୀ ଶ୍ରୀ ନିରଞ୍ଜନ ପଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସେବାଷ୍ଟିଆନା କୁଜୁର ଓ ଡିପିସି ମିଶନ ଶକ୍ତି ଶ୍ରୀ ଦେବଦତ୍ତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତରହି ସମସ୍ତ ସଦସ୍ୟାଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More