ନବରଙ୍ଗପୁର(ସଂଘର୍ଷ ମିଡିଆ): – ସାରା ରାଜ୍ୟର ପ୍ରତ୍ୟେକ ମନ୍ଦିର ରେ ଆଜି ଦିନଟି ଉତ୍ସବ ମୁଖର ହୋଇ ଉଠିଛି l ପ୍ରଭାତରୁ ଉଠି ପୁରୁଷ, ମହିଳା,ଯୁବକ,ଯୁବତୀ ମାନେ ସ୍ନାନାଦି କାର୍ଯ୍ୟ ସମାପନ କରି ହାତରେ ବୋଇତ ବନ୍ଦାଣ କରିବା ପାଇଁ ପୋଖରି ଓ ନଦୀକୁ ଡଙ୍ଗା ଧରି ଯାଇ ଥାଆନ୍ତି l ଆଉ କେତେ ସ୍ନାନାଦି କାର୍ଯ୍ୟ ସମାପନ ନ କରି ଡଙ୍ଗା ଧରି ଯାଇ ସେଠାରେ ଗାଧୋଇ ଡଙ୍ଗା ନଦୀ କିମ୍ବା ପୁଷ୍କରିଣୀରେ ଭଷାଇ ଅକା ମା ବୈ ପାନ ଗୁଆ ଖାଇ—— ଇତ୍ୟାଦି କହି ଭଷାଇ ଦେଇ ମନ୍ଦିର ରେ ଦର୍ଶନ କରି ଥାଆନ୍ତି l ହବିଶ ଖାଇ ଦିନଟିକୁ ଇଷ୍ଟମୟ କରି ପାଳନ କରି ଥାନ୍ତି l ପ୍ରତି ଗ୍ରାମରେ ଠାକୁର ଙ୍କ ପାଖରେ ଡାକବାଜି ଯନ୍ତ୍ର ସାହାଯ୍ୟ ସଙ୍ଗୀତର ଆସର,କାର୍ତ୍ତିକ ମାହାତ୍ମ୍ୟ ପାଠ ଇତ୍ୟାଦି କାର୍ଯ୍ୟକ୍ରମ ଚାଲୁଥିବା ଦେଖିବାକୁ ମିଳିଛି l ଆମ ପ୍ରତିନିଧି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଭାୟା ନାଉଗାଁ,ବିଲିପଡା ଘାଟ ଦେବୀ ନଦୀ ଉପରେ ହୋଇଥିବା ବ୍ରିଜ ଦେଇ ଚାରିଛକ, ଗୋପ ପଟ ରୁ ପୁରୀ ଯାଇ ଥିଲେ, ପ୍ରତ୍ୟେକ ଗ୍ରାମରେ ଏଭଳି ଦୃଶ୍ୟ ଦେଖିଥିବା ବେଳେ ପୁରି ରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦର୍ଶନ ନିମନ୍ତେ ହଜାର ହଜାର ସଂଖ୍ୟାରେ ଭକ୍ତ ବୃନ୍ଦ ଧାଡ଼ି ବାନ୍ଧି ଠିଆ ହୋଇ ଥିବା ବେଳେ ପୁଲିସ ମାନଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ କାର୍ଯ୍ୟ ଚାଲୁ ରହିଥିଲା l ସେଠାରେ ଗହଳି କୁ ଆଖି ଆଗରେ ରଖି ମନ୍ଦିର ଭିତରେ, ବାହାରେ ବ୍ୟାପକ ପୋଲିସ ମୁତୟନ କରି ଶାନ୍ତି ଶୃଙ୍ଖଳା ବଜାଏ ରହିଥିଲା l ଗହଳିରେ ହଜି ଯାଉଥିବା ଛୁଆ ପିଲା ଓ ବଡଲୋକ ସେମାନଙ୍କ ପାଇଁ ସୂଚନା କେନ୍ଦ୍ର ରେ ସୂଚନା ଦେଇ ସହଜରେ ହଜି ଯାଇଥିବା ମାନଙ୍କୁ ତାଙ୍କ ସମ୍ପର୍କୀୟ ପାଇ ପାରୁଥିଲେ l ବିଶେଷ ଆକର୍ଷଣ ନାଉଗାଁ ତରଫରୁ ଦେବୀ ନଦୀ ରେ ବିରାଟ ବୋଇତ ଭଷାଣୀ ବେଶ୍ ଆକର୍ଷଣୀୟ ହୋଇଥିଲା, ସେହି ସ୍ଥାନରେ ମନୋରଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାରର ମଜ୍ଜା ନେଇଥିଲେ ସେହି ଅଞ୍ଚଳର ଆବାଳ ବୃଦ୍ଧ ବନିତା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l